ବିରୋଧ କରୁଥିବା ଲୋକ ଦେଶଦ୍ରୋହୀ : ଅଭିଷେକ

An Independent Media

ନୂଆଦିଲ୍ଲୀ : ବିଜେପିକୁ ଚେକ୍ ଦେବା ପାଇଁ ଏବେ ବିରୋଧୀ ଦଳଗୁଡିକ ସଜବାଜ ଆରମ୍ଭ କରିଛନ୍ତି । କେନ୍ଦ୍ର ସରକାରଙ୍କ ବିପକ୍ଷରେ ମମତାଙ୍କ ବିଶାଳ ରାଲିରେ ବିପକ୍ଷମାନେ ଶନିବାର ଶକ୍ତି ପ୍ରଦର୍ଶନ କରିଛନ୍ତି । ଏହି ରାଲିରେ ବିପକ୍ଷର ବହୁ ବରିଷ୍ଠ ନେତା ପହଞ୍ଚିିଛନ୍ତି । ଏଥିରେ ପୂର୍ବତନ ପ୍ରଧାନମନ୍ତ୍ରୀ ଦେବଗୌଡ, ଚନ୍ଦ୍ରବାବୁ ନାଇଡୁ, ଏଚଡି କୁମାରସ୍ୱାମୀ, ଅରବିନ୍ଦ କେଜରିୱାଲ, ଅଖିଳେଶ ଯାଦବ, ଫାରୁଖ ଅବଦ୍ଦୁଲ୍ଲା, ଉମର ଅବଦ୍ଦୁଲା, ବାବୁଲାଲ ମାରାଣ୍ଡି, ମାୟାବତୀ, ଶରଦ ଯାଦବ, ଶରଦ ପାୱାର, ଯଶବନ୍ତ ସିହ୍ନା, ଅରୁଣ ଶୌରୀ, ରାମ ଜେଠମଲାନୀ ପ୍ରମୁଖ ଉପସ୍ଥିତ ଅଛନ୍ତି । ଏତଦ୍ ବ୍ୟତୀତ ବିଜେପିର ଦାଗୀ ନେତା ଶତ୍ରୁଘ୍ନ ସିହ୍ନା ମଧ୍ୟ ସାମିଲ ଅଛନ୍ତି । ସରକାରଙ୍କ ବିରୁଧରେ ରଣହୁଂକାର ଦେଇଥିବା ବିପକ୍ଷ ନେତା ଯଶବନ୍ତ ସିହ୍ନା ରାଲିକୁ ସମ୍ବୋଧିତ କରି କହିଛନ୍ତି ଯେ, ଦେଶର ଅର୍ଥବ୍ୟବସ୍ଥା ବିପଥଗାମୀ ହେଲାଣି ।

ଦେଶର ଅର୍ଥ ବ୍ୟବସ୍ଥା ଆମ ପାଇଁ ମୁଖ୍ୟ । ଖରପା ଭାବନା ଥିବା ସରକାରଙ୍କୁ ବାହାର କରିବା ଆମର ଉଦ୍ଦେଶ୍ୟ । ଗୋଟିଏ ରାଜ୍ୟକୁ ନେଇ ପ୍ରଶ୍ନ ନାହିଁ ବରଂ ସମଗ୍ର ଦେଶକୁ ନେଇ ପ୍ରଶ୍ନ । ସେହି ସମୟରେ ଜୟନ୍ତ ଚୌଧୁରୀ କହିଛନ୍ତି କି, ମୋଦି ବିମୁଦ୍ରାକରଣରେ କ୍ଷମା ମାଗି ବଡ କାମ କରିଛନ୍ତି । ୫୬ଇଞ୍ଚର ଛାତି ଅଛି କିନ୍ତୁ ହୃଦୟ ନାହିଁ । ମମତା କୃଷକଙ୍କ ଆୟ ଦୁଇ ଗୁଣ କରିଛନ୍ତି । ମୋଦି ନିଜ ଲୋକଙ୍କୁ ଠିକା ଦେଉଛନ୍ତି । ଏବେ ପ୍ରତିଶୋଧ ନେବାର ରାଜନୀତି ଚାଲିଛି । କଂଗ୍ରେସର ବରିଷ୍ଠ ନେତା ଅଭିଷେକ ମନୁ ସିନ୍ଦବୀ କହିଛନ୍ତି କି, ବିଜେପି ଭାଗବଣ୍ଟା ରାଜନୀତି କରୁଛି । ଯିଏ ବିରୋଧ କରୁଛି ତାକୁ ଦେଶଦ୍ରୋହୀ କହୁଛି । ଶନିବାର ୨୨ଟି ଦଳ ଇନ୍ଦ୍ରଧନୁଷ ତିଆରି କରୁଛନ୍ତି । ରଙ୍ଗ ଅଲଗା ଥିଲେ ମଧ୍ୟ ଇନ୍ଦ୍ରଧନୁଷ ।

error: Thank You Keep Visiting