ଏମ୍ସରୁ ବାହାରିଲେ ଅମିତ ଶାହା

An Independent Media

ନୂଆଦିଲ୍ଲୀ: ଗତ କିଛିଦିନ ତଳେ ସ୍ୱାଇନ ଫ୍ଲୁରେ ଆକ୍ରାନ୍ତ ହୋଇଥିଲେ ବିଜେପି ଅଧ୍ୟକ୍ଷ ଅମିତ ଶାହା । ଏମ୍ସରୁ ସେ ରବିବାର ତାଙ୍କୁ ଡିସ·ର୍ଜ ମିଳିଛି । ଶାହାଙ୍କୁ ଚିକିତ୍ସା କରୁଥିବା ଏମସର ଡାକ୍ତରମାନେ ତାଙ୍କୁ ୧୫ ଦିନ ଯାଏଁ ଆଇସୋଲେସନରେ ରଖିବା ପାଇଁ ପରାମର୍ଶ ଦେଇଛନ୍ତି । ଏପରିକି ଏମ୍ସ ନିର୍ଦ୍ଦେଶକ ରଣଦୀପ ଗୁଲେରିଆଙ୍କ ତତ୍ୱାବଧାନରେ ଅମିତଙ୍କ ଚିକିତ୍ସା ·ଲୁଥିଲା । ଡାକ୍ତରୀ ପରୀକ୍ଷାରେ ସେ ଏଚ-୧ଏନ-୧ରେ ପୀଡିତ ଥିବା ଜଣାପଡିଥିଲା । ଡିସ·ର୍ଜ ହେବା ପରେ ମଧ୍ୟ ଦୁଇ ସପ୍ତାହ ଯାଏଁ ବେଡରେଷ୍ଟ ନେବାକୁ ଶାହାଙ୍କୁ କୁହାଯାଇଛି । ଗତ ବୁଧବାର ହେବାକୁଥିବା ବିଜେପି ବୈଠକକୁ ଶାହଙ୍କ ଅସୁସ୍ଥତା ପାଇଁ ସ୍ଥଗିତ ରଖା ଯାଇଥିଲା । ସେହିଦିନ ସେ ୧୭ଟି କମିଟିକୁ ନେଇ ଆଗାମୀ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରିଥାନ୍ତେ ।

error: Thank You Keep Visiting