୨୫ ତାରିଖରେ ରାହୁଲଙ୍କ ମୁଖା ଖୋଲିବି:ଶ୍ରୀକାନ୍ତ

An Independent Media

ଭୁବନେଶ୍ୱର: କଂଗ୍ରେସରୁ ବିତାଡିତ ହୋଇଥିବା ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶ୍ରୀକାନ୍ତ ଜେନା ଏବେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି, ରାହୁଲ ଓ ନବୀନ ପଟ୍ଟନାୟକଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ରହିଛି । ରାହୁଲ ଗାନ୍ଧି ଖଣିମାଫିଆଙ୍କ ସହହାତ ମିଳାଇଛନ୍ତି । ଓଡିଶାର ଅନ୍ତବୁଜୁଳାକୁ ଲୁଟ କରିବାରେ କଂଗ୍ରେସର ପଟ୍ଟନାୟକ, ନବୀନ ପଟ୍ଟନାୟକ ଓ ରାହୁଲ ଗାନ୍ଧି ହାତ ମିଳାଇଛନ୍ତି ବୋଲି ସାମ୍ବାଦିକ ସମ୍ମିଳନୀରେ ଶ୍ରୀକାନ୍ତ ଜେନା ଅଭିଯୋଗ କରିଛନ୍ତି । ଶ୍ରୀକାନ୍ତ ଜେନା କହିଛନ୍ତି, କଂଗ୍ରେସର ପରମ୍ପରା ନଥିଲା ଖଣିମାଫିଆଙ୍କ ହାତରେ ରହିବ ।

ପ୍ରଥମ ଥର କରି ରାହୁଲ ଗାନ୍ଧିଙ୍କ ପରି ନେତା କଂଗ୍ରେସକୁ ଏହି ସ୍ତରକୁ ନେଇ ଯାଇଛନ୍ତି । ଓଡିଶାର ଖଣିଲୁଟ ପଇଷାରେ ରାହୁଲ ରାଜନୀତି କରିବା ପାଇଁ ·ହୁଁଛନ୍ତି । ଏବେ ଲଢେଇ ଆରମ୍ଭ ହୋଇଯାଇଛି । ଏହି ଲଢେଇ ଆରପାରର ଲଢେଇ । ଗୋଟିଏ ପଟେ ପଟ୍ଟନାୟକ ବ୍ରଦର୍ସ ଓ ଅନ୍ୟପଟେ ଓଡିଶାର ସାଧାରଣ ଜନତା । ଓଡିଶା କଂଗ୍ରେସ ମୁଖିଆଙ୍କ ଅସଲମୁଖା ପୂର୍ବରୁ ଲୋକେ ଜାଣିଛନ୍ତି । ଯେହେତୁ ଖଣିମାଫିଅ ।ଙ୍କ ବିରୋଧରେ ମୁହଁ ଖୋଲିଥିଲେ ସେଥିପାଇଁ ତାଙ୍କୁ ବିରୋଧ କରାଯାଇଥିବା ସେ ପ୍ରକାଶ କରିଛନ୍ତି । ସେ କହିଛନ୍ତି, ରାହୁଲ ଗାନ୍ଧିଙ୍କର ଅସଲ ଚେହେରା କଣ ତାହା ଆସନ୍ତା ୨୫ ତାରିଖ ସକାଳେ ଜଣା ପଡିଯିବ ।

error: Thank You Keep Visiting