୨୦୨୨ ଅକ୍ଟୋବର ସୁଦ୍ଧା ମିଳିବ ଅବଶିଷ୍ଟ ରାଫେଲ

An Independent Media

ନୂଆଦିଲ୍ଲୀ: ରାଫେଲ ବିମାନକୁ ନେଇ ଏବେ ରାଜନୀତିରେ ଜୋରଦାର ହଙ୍ଗାମା ଜାରି ରହିଛି । ଏପରିକି ବିରୋଧୀ ବିଜେପି ସରକାରଙ୍କୁ ବିଭିନ୍ନ ସମୟରେ ଘେରୁଛନ୍ତି । ଏପରିସ୍ଥଳେ ଭାରତ ତରଫରୁ ରାଫେଲ ଚୁକ୍ତିରେ ବିମାନ ବାବଦରେ ହୋଇଥିବା ୫୯,୦୦୦ କୋଟି ଟଙ୍କାରୁ ପ୍ରାୟ ଅଧା ଟଙ୍କା ଦିଆସରିଛି । ୩୬ଟି ଯୁଦ୍ଧ ବିମାନ ପାଇଁ ହୋଇଥିବା ଏହି ଚୁକ୍ତି ୨୦୧୬ ରେ ସ୍ୱାକ୍ଷରିତ ହୋଇଥିଲା । ଅବଶିଷ୍ଟ ରାଫେଲ ବିମାନକୁ ୨୦୧୯ ଏପ୍ରିଲରୁ ୨୦୨୨ ମଧ୍ୟରେ ପ୍ରଦାନ କରାଯିବ ବୋଲି କୁହାଯାଉଛି । ଭାରତୀୟ ପ୍ରତିରକ୍ଷାର ଆବଶ୍ୟକତାନୁସାରେ ଶକ୍ତିଶାଳୀ ଓ ଉନ୍ନତମାନର ବିମାନ ୨୦୨୨ ସେପ୍ଟେମ୍ବର- ଅକ୍ଟୋବରେର ସମ୍ପୂର୍ଣ୍ଣ ଭାବେ ସଂ·ଳନ ପାଇଁ ପ୍ରସ୍ତୁତ କରାଯିବ । ରାଫେଲ ବିମାନ ଗୁଡିକ ଭାରତ ଆସିବା ପରେ ସଫ୍ଟଓୟାର ସାଟିଫିକେସନ ପାଇଁ ୬ ମାସ ସମୟ ଲାଗିବ ।

ଏନେଇ ପ୍ରତିରକ୍ଷା ମନ୍ତ୍ରାଳଯ ପକ୍ଷରୁ ସୂଚନା ଦିଆଯାଇଛି । ପ୍ରତିରକ୍ଷା ମନ୍ତ୍ରାଳୟର କହିବାନୁସାରେ, ଏହି ଚୁକ୍ତିର ୩୪୦୦୦ କୋଟି ଟଙ୍କା ପୈଠ କରାଯାଇଛି । ଚଳିତ ବର୍ଷ ୧୩୦୦୦ କୋଟି ଟଙ୍କା ପୈଠ କରାଯିବ । ପୈଠର ଚୁକ୍ତିରେ ଦସ୍ତଖତ ହେବା ପରେ ୧୫ ପ୍ରତିଶତ ପ୍ରଥମ କିସ୍ତି ୨୦୧୬ ସେପ୍ଟେମ୍ବରେ ଦିଆଯାଇଥିଲା । ଏହି ସମୟରେ ଭାରତୀୟ ବାୟୂସେନା ପ୍ରକଳ୍ପ ପ୍ରବନ୍ଧନ ଓ ଅଗ୍ରୀମ ପ୍ରଶିକ୍ଷଣ ଟିମକୁ ଫ୍ରାନ୍ସରେ ରଖାଯାଇଥିଲା । ସୂତ୍ରାନୁସାରେ, ୨୦୨୨ ରେ ଭାରତକୁ ଅବଶିଷ୍ଟ ବିମାନ ଆସିବା ପରେ ଶେଷ କିସ୍ତି ପୈଠ କରାଯିବ । ଫ୍ରାନ୍ସରୁ ବାୟୁସେନାକୁ ସେପ୍ଟେମ୍ବର ସୁଦ୍ଧା ୪ଟି ଯୁଦ୍ଧ ବିମାନ ମିଳିବ ।

ଏହାପରେ ପାଖାପାଖି ୧୦ ଜଣ ପାଇଲଟ, ୧୦ ବିମାନ ଇଞ୍ଜିନିୟର ଓ ୪୦ ଟେକ୍ନିସିଆନ ମୁଖ୍ୟଙ୍କୁ ଏହାର ପ୍ରଶିକ୍ଷଣ ଦିଆଯିବ । ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁସାରେ ଏହି ବିମାନ ହରିଆଣାର ଅମ୍ବାଲା ଏୟାରବେସରେ ୨୦୨୦ ମେରେ ପହଞ୍ଚିବ ୟବାୟୁସେନାର ଯୋଜନା ହେଉଛି ଯେ, ରାଫେଲରଏକ ସେନାଦଳକୁ ଅମ୍ବାଲା ଓ ହାସିମରା ଠାରେ ବିସ୍ତାର କରାଯିବ । ଏହାଦ୍ୱାରା ପାକିସ୍ତାନ ଓ ଚୀନ ଉପରେ ନଜର ରଖାଯାଇ ପାରିବ । ଏହି ଦୁଇ ଏୟାରବେସର ପାଇଁ ପାଖାପାଖି ୪୫୦ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କମରାଯାଉଛି । ଏୟାରବେସରେ ରାଫେଲର ଦୁଇଟି ଟିମ୍ଙ୍କୁ ନିଯୁକ୍ତ କରାଯିବ । ଏବେ ୧୩ ଆଇଏସଇର ବିମାନକୁ ଫ୍ରାନ୍ସରେ ଫ୍ଲାଇଟ ଟେଷ୍ଟିଂ କରାଯାଉଛି । ୨୦୨୨ ଏପ୍ରିଲରେ ଏହାର ସାର୍ଟିଫିକେଟ ମିଳିଯିବ ବୋଲି ଆଶା କରାଯାଉଛି ।

error: Thank You Keep Visiting