ମୋଦିଙ୍କ ବିରୋଧରେ ୩୦ରୁ ଅନଶନ କରିବେ ଆନ୍ନା

An Independent Media

ମୁମ୍ବଇ: ସାମାଜିକ କର୍ମୀ ଆନ୍ନା ହଜାରେ ପୁଣି ଥରେ ଆମରଣ ଅନଶନ କରିବାକୁ ଘୋଷଣା କରିଛନ୍ତି । ସେ ଜାନୁଆରୀ ୩୦ ରୁ ନିଜ ଗାଁ ରାଲେଗାଓଁସିଦ୍ଧିରେ ଆମରଣ ଅନଶନ କରିବାକୁ ନିଷ୍ପତ୍ତିି ନେଇଛନ୍ତି । ଲୋକପାଳ ଓ ଲୋକାୟୁକ୍ତ ଆକ୍ଟ, ୨୦୧୩ ଲାଗୁ ନକରିବାର କାରଣରୁ ସେ ମୋଦି ସରକାରଙ୍କ ପ୍ରତି ଅସନ୍ତୁଷ୍ଟ ଥିବା କହିଛନ୍ତି । ଆନ୍ନା ହଜାରେ ଲୋକପାଳ ଆକ୍ଟକୁ ନେଇ କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟ ଉପରେ ଅସନ୍ତୋଷ ପ୍ରକାଶ କରି କହିଛନ୍ତି ଯେ, ଲୋକପାଳ ଓ ଲୋକାୟୁକ୍ତ ଆକ୍ଟ ୨୦୧୩ରେ ତିଆରି ହୋଇଥିଲା । ଏହାପରେ ୨୦୧୪ରେ ମୋଦି ସରକାର କ୍ଷମତାକୁ ଆସିଲେ ।

ମୋଦି ସରକାରଙ୍କ ଅମଳରେ ଲୋକପାଳ ଓ ଲୋକାୟୁକ୍ତକୁ ନେଇ ବହୁ କିଛି ହେବ ବୋଲି ଆଶା କରାଯାଉଥିଲା, ମାତ୍ର ମୋଦି ସରକାର ୫ ବର୍ଷରେ କିଛି କଲେ ନାହିଁ । ଏଥିପାଇଁ ସେ ଆଗାମୀ ଜାନୁଆରୀ ୩୦ରେ ଅନଶନ କରିବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି ଆନ୍ନା କହିଛନ୍ତି । ଏହା ପୂର୍ବରୁ ସେ ପିଏମଓକୁ ପତ୍ର ଲେଖି କେନ୍ଦ୍ର ସରକାରଙ୍କ ପ୍ରତି ନିଜର ଅସନ୍ତୋଷ ବ୍ୟକ୍ତ କରିଥିଲେ । ପତ୍ରରେ ସେ ଲେଖିଥିଲେ ଯେ, ନରେନ୍ଦ୍ର ମୋଦି ସରକାର ପୂର୍ବରୁ ଲୋକସଭାରେ ବିରୋଧରେ କୌଣସି ବରିଷ୍ଠ ନେତା ନ ରହିବା କାରଣରୁ ଲୋକପାଳ ନିଯୁକ୍ତି କରାଯାଇ ପାରିବ ନାହିଁ ବୋଲି କହିଥିଲେ । ପରେ କହୁଛନ୍ତି ଯେ, ଚୟନ ସମିତିରେ କୌଣସି ପ୍ରତିଷ୍ଠିତ ନ୍ୟାୟବିତ୍ ନାହାନ୍ତି ।

ଏହି ପରି ମୋଦି ସରକାର ଲୋକପାଳ ଓ ଲୋକାୟୁକ୍ତକୁ ନେଇ ନିଜର ଆଭିମୁଖ୍ୟ ସ୍ପଷ୍ଟ କଲେ ନାହିଁ ବୋଲି ଆନ୍ନା କହିଛନ୍ତି । ଆନ୍ନା ହଜାରେ କହିଥିଲେ ଯେ, ସେ ଅକ୍ଟୋବରରେ ରାଲେଗାଓଁ ସିଦ୍ଧିରେ ଆନ୍ଦୋଳନ କରିବାକୁ ·ହୁଁଥିଲେ । ହେଲେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଓ ଅନ୍ୟ ମନ୍ତ୍ରୀଙ୍କ ଆଶ୍ୱସନା ପରେ ସେ ସରକାରଙ୍କୁ ଅ ।ଉ ଏକ ସୁଯୋଗ ଦେବାକୁ ସ୍ଥିର କରିଥିଲେ । ଆନ୍ନା ମୋଦି ସରକାରଙ୍କ ଉପରେ ଆରୋପ ଲଗାଇ କହିଛନ୍ତି ଯେ, ଲୋକପାଳ ଓ ଲୋକାୟୁକ୍ତ ନିଯୁକ୍ତ କରିବା ସରକାରଙ୍କ ଉଦ୍ଦେଶ୍ୟ ନାହିଁ ।

error: Thank You Keep Visiting