କର୍ଣ୍ଣାଟକରେ ଜାରି ରହିଛି ହାଇ ଭୋଲଟେଜ ଡ୍ରାମା, ପଦ୍ମ ଧରିବେ ୪ କଂଗ୍ରେସ ବିଧାୟକ!

An Independent Media

ବେଙ୍ଗାଲୁରୁ: କର୍ଣ୍ଣାଟକ ରାଜନୀତିରେ ଏବେ ଜାରି ରହିଛି ହାଇଭୋଲଟେଜ ଡ୍ରାମା । ଏଭଳିି ନାଟକ ଶନିବାର ଠାରୁ ପୁଣି ଆରମ୍ଭ ହୋଇଛି । ଖବରରୁ ଜଣା ପଡିଛି ଯେ, କଂଗ୍ରେସର ·ରିଜଣ ବିଧାୟକ ଯେଉଁମାନେ ଶୁକ୍ରବାର ଦଳୀୟ ବୈଠକରେ ଅନୁପସ୍ଥିତ ଥିଲେ, ସେମାନେ ବିଜେପିରେ ମିଶିବା ନେଇ ସଙ୍କେତ ମିଳିଛି । ବିଧାୟକ ରମେଶ ଜରକିହୋଲି ଏବଂ ମହେଶ କୁମାରଟଲ୍ଲୀଙ୍କ ବିରୋଧରେ ଦଳ ଆଇନ ମୁତାବକ ନୋଟିସ ଜାରି କରିବ ବୋଲି କହିଛି । ଫଳରେ ଏହି ଦୁଇ ବିଧାୟକ ଅଯୋଗ୍ୟ ଘୋଷିତ ହୋ ପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

କଂଗ୍ରେସରୁ ମିଳିଥିବା ସୂଚାନୁସାରେ, ରମେଶ ଏବଂ ମହେଶଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ହେଲେ ଉମେଶ ଯାଦବ ଏବଂ ବି ନାଗେନ୍ଦ୍ରଙ୍କ ବିରୋଧରେ ଦଳ ଏବେ କିଛି କରିବ ନାହିଁ । ଯାଦବଙ୍କୁ ବିଜେପି ଲୋକସଭା ପ୍ରାର୍ଥୀଭାବେ ଉପସ୍ଥାପନ କରିପାରେ । ସେ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡଗେଙ୍କ ସହ ମୁକାବିଲା କରିପାରନ୍ତି । ଏହା ମଧ୍ୟରେ ଦଳର ଅନେକ ବରିଷ୍ଠ ନେତା ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଏହା ମଧ୍ୟରେ ବିଜେପିର ସମସ୍ତ ବିଧାୟକ ଗୁରୁଗାଁଓରେ ଏକ ପଞ୍ଚତାରକା ହୋଟେଲରେ ଏକ ସପ୍ତାହ ରହି ରାଜ୍ୟକୁ ଫେରିଛନ୍ତି । ରବିବାର କଂଗ୍ରେସ ବିଧାୟକ ଡିକେ ଶିବକୁମାର କହିଛନ୍ତି ଯେ, ଦୁଇ ବିଧାୟକ ଆନନ୍ଦ ସିଂ ଏବଂ ଜେଏନ ଗଣେଶଙ୍କ ମଧ୍ୟରେ ତିକ୍ତତା ନାହିଁ ।

error: Thank You Keep Visiting