ମଧ୍ୟପ୍ରଦେଶରେ ପୁଣି ବିଜେପି ନେତାଙ୍କୁ ହତ୍ୟା

An Independent Media

ଭୋପାଳ : ମଧ୍ୟପ୍ରଦେଶରେ ପୁଣି ଜଣେ ବିଜେପି ନେତାଙ୍କୁ ହତ୍ୟା କରାଯାଇଛି । ସାନ୍ଦୱା ଜିଲ୍ଲାର ବଲୱାଡି ବିଜେପି ମଣ୍ଡଳର ଅଧକ୍ଷ ମନୋଜ ଠାକରେଙ୍କୁ କେହି ଦୃର୍ବତ୍ତ ହତ୍ୟା କରିଛନ୍ତି । ସୂଚନାନୁସାରେ, ମନୋଜ ଠାକରେ ସକାଳେ ମର୍ଣ୍ଣିୱାକ ପାଇଁ ଘରୁ ବାହାରିଥିଲେ । ସେହି ସମୟରେ ତାଙ୍କୁ ପଥରରେ ଛେଚି ହତ୍ୟା କରାଯାଇଥିଲା । ଶବ ନିକଟରେ ଏକ ରକ୍ତ ଜୁଡବୁଡ ପଥର ପୋଲିସ ଜବତ କରିଛି । ଏହା ପୂର୍ବରୁ ମନ୍ଦସୋର ନଗର ପାଳିକା ଅଧକ୍ଷ ଓ ବିଜେପି ନେତା ପ୍ରହ୍ଲାଦ ବନ୍ଧୱାରଙ୍କୁ ଶୁକ୍ରବାର ରାସ୍ତା ମଝିରେ ଗୁଳି କରି ହତ୍ୟା କରାଯାଇଥିଲା । ପୋଲିସ ମନୀଷ ବୈରାଗୀକୁ ଏହି ହତ୍ୟା ପାଇଁ ଗିରଫ କରିଛି । ମନୀଷ ନିଜେ ବିଜେପିର କାଯ୍ୟକର୍ତ୍ତା ଥିଲା । ଇନ୍ଦୱାର ଜିଲ୍ଲା ସରକାରୀ ବ୍ୟାଙ୍କ ସମ୍ମୁଖରେ ଠିଆ ହୋଇଥିବା ସମୟରେ ମନୀଷ ତାଙ୍କ ଉପରେ ୩ ରାଉଣ୍ଡ ଗୁଳି ଚଳାଇଥିଲା । ଘଟଣାସ୍ଥଳରେ ପ୍ରହ୍ଲାଦ ପ୍ରାଣ ହରାଇଥିଲେ ।

error: Thank You Keep Visiting