ପ୍ରଧାନମନ୍ତ୍ରୀ ପଦ ପାଇଁ ସମସ୍ତେ ଯୋଗ୍ୟ:କଂଗ୍ରେସ

An Independent Media

କୋଲକାତା: କୋଲକତାର ବ୍ରିଗେଡ ମଇଦାନରେ ଶନିବାର ବିରୋଧୀଙ୍କ ମହାରାଲି ହୋଇଯାଇଛି । ବିଜେପି ବିରୋଧରେ ୨୨ଟି ଦଳ ଏକାଠି ହୋଇ କେନ୍ଦ୍ରରୁ ବିଜେପିକୁ ପରାସ୍ତ କରିବାକୁ କହିଛନ୍ତି । କିନ୍ତୁ କେହି ମଧ୍ୟ ପ୍ରଧାନମନ୍ତ୍ରୀ ପଦ ପାଇଁ ପ୍ରାର୍ଥୀକୁ ନେଇ କିଛି ମନ୍ତବ୍ୟ ଦେଇନାହାନ୍ତି । ବିଜେପି ପକ୍ଷରୁ କରାଯାଇଥିବା ପ୍ରଧାନମନ୍ତ୍ରୀ ପାଇଁ ଆଶାୟୀ ପ୍ରାର୍ଥୀଙ୍କ ନାମ ପ୍ରଶ୍ନରେ କଂଗ୍ରେସର ବରିଷ୍ଠ ନେତା ପିଏଲ ପୁନିଆ ପଦ ଖାଲି ଅଛି ବୋଲି ଓଲଟା ପ୍ରଶ୍ନ କରିଛନ୍ତି । ପିଏଲ ପୁନିଆ କହିଛନ୍ତି, ଲୋକତନ୍ତ୍ରର ସମସ୍ତ ପକ୍ରିୟାକୁ ପାଳନ କରାଯାଏ । ସମସ୍ତେ ପ୍ରଧାନମନ୍ତ୍ରୀ ହେବା ପାଇଁ ଯୋଗ୍ୟ ।

ଏହା ଉପରେ ବହୁଜନ ସମାଜ ପାର୍ଟିର ସୁଧିନ୍ଦ୍ର ଭଦୋରିୟା କହିଛନ୍ତି, ଦଳିତ, ଓବିସି, ମୁସଲମାନ ଓ ଗରିବଙ୍କୁ ·ହାଁନ୍ତି ଯେଉଁମାନେ ତାଙ୍କ ସ୍ତରର ହୋଇଥିବେ । ବିଶେଷ ଭାବରେ ମାୟାବତୀ । ବିଜେପିର ପ୍ରବକ୍ତା ସମ୍ବିତ ପାତ୍ର ବିରୋଧୀ ଦଳର ପ୍ରଧାନମନ୍ତ୍ରୀ ଆଶାୟୀଙ୍କ ଉପରେ ଟାର୍ଗେଟ କରି କହିଛନ୍ତି, ବିପକ୍ଷ ଦଳରେ ପ୍ରଧାନମନ୍ତ୍ରୀ ପଦ ପାଇଁ ଆଶାୟୀ ପ୍ରାର୍ଥୀ ଏତେ ଅଛନ୍ତି କି ଆସନ ହଟାଇ ସେଠାରେ ଦରି ପକାଇବାକୁ ପଡିବ । ଜନତା ଏହି ମହାଗଠବନ୍ଧନକୁ ସ୍ୱୀକାର କରିବେନି । ମୋଦିଙ୍କ ନେତୃତ୍ୱରେ ଭାରତର ଅର୍ଥବ୍ୟବସ୍ଥା ଏତେ ଉନ୍ନତି କରିଛି ଯେ, ଏହା ଚୀନକୁ ପଛରେ ପକାଇ ଦେଇଛି ବୋଲି ସମ୍ବିତ କହିଛନ୍ତି ।

ଏହା ବ୍ୟବସ୍ଥା ଓ ସ୍ପଷ୍ଟତା ମଧ୍ୟର ଲଢେଇ । ମଧ୍ୟପ୍ରଦେଶରେ କଂଗ୍ରେସ ବିଜୟୀ ହେବା ପରେ ବିଜେପିର ଦୁଇଟି ନେତାଙ୍କୁ ହତ୍ୟା କରାଯାଇଛି ବୋଲି ମଧ୍ୟ ସେ କହିଛନ୍ତି । ବିରୋଧୀଙ୍କୁ ଟାର୍ଗେଟ କରି ଅନୁପମ ଖେର କହିଛନ୍ତି, ସମସ୍ତେ ଜାଣିଛନ୍ତି ଯେ, ଦେଶକୁ କିଏ ବିକିବାକୁ ·ହୁଁଛି ଓ କିଏ ବଞ୍ଚେଇବାକୁ ·ହୁଛି । ଅନ୍ୟପଟେ ପରେଶ ରାୱଲ ବିପକ୍ଷଙ୍କ ପ୍ରଧାନମନ୍ତ୍ରୀ ଆଶାୟୀ ପ୍ରାର୍ଥୀଙ୍କୁ ନେଇ କହିଛନ୍ତି ଯେ, ମହାଗଠବନ୍ଧନରେ ପ୍ରଧାନମନ୍ତ୍ରୀ ପଦ ପାଇଁ ଏତେ ଆଶାୟୀ ପ୍ରାର୍ଥୀ ଅଛନ୍ତି ଯେ, ତାଙ୍କ ପାଇଁ ଖଟ ପକାଇବାକୁ ପଡିବ ।

error: Thank You Keep Visiting