ମହାମେଣ୍ଟ ପରେ ବିଜେପି କରିବ ମହାରାଲି, ମମତାଙ୍କୁ ଦେବ ଜବାବ

An Independent Media

କୋଲକତା: ଭାରତୀୟ ଜନତା ପାର୍ଟି ବିରୋଧରେ ମମତା ବାନାର୍ଜୀଙ୍କ ମହାରାଲି ପରେ ଏବେ ବିଜେପି ଆଗକୁ ଆସିଛି । ବିଜେପିର ବରିଷ୍ଠ ନେତା ଫେବ୍ରୁୃଆରୀ ୮ ମଧ୍ୟର ରାଜ୍ୟର ୪୨ଟି ଲୋକସଭା ଆସନରେ ରାଲି କରି ମହାଗଠବନ୍ଧନକୁ ଟକ୍କର ଦେବାକୁ ଚିନ୍ତା କରିଛି । ଏହି ରାଲିକୁ ବିଜେପି ରାଷ୍ଟ୍ରୀୟ ଅଧକ୍ଷ ଅମିତ ଶାହା ଜାନୁଆରୀ ୨୨ ଓ ୨୪ ରାଲି ସହ ଆରମ୍ଭ ହେବ । ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଜାନୁଆରୀ ୨୮, ୩୧ ଓ ଫେବ୍ରୁଆରୀ ୮ରେ ଜନସଭା କରିବେ । ଏହା ଛଡା ଗୃହମନ୍ତ୍ରୀ ରାଜନାଥ ସିଂହ, କେନ୍ଦ୍ରମନ୍ତ୍ରୀ ନୀତିଶ ଗଡକରୀ ଓ ଉତ୍ତରପ୍ରେଦଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବିଭିନ୍ନ କାର୍ଯ୍ୟକ୍ରମ ରହିଛି ।

ରାଜ୍ୟରେ ଫେବ୍ରୁଆରୀ ୯ ରୁ ମାର୍ଚ୍ଚ ୧୩ ଯାଏଁ ବୋର୍ଡ ପରୀକ୍ଷା ପାଇଁ ଲାଉଡ ସ୍ପିକର ବାଜିବ ନାହିଁ । ରାଜ୍ୟ ବିଜେପି ମୁଖ୍ୟ ଦିଲୀପ ଘୋଷ ସମସ୍ତ ୟୁନିଟକୁ ବ୍ରିଗେଡ ମଇଦାନରୁ ବିପକ୍ଷର ସମସ୍ତ ଅଭିଯୋଗର ଜବାବ ଦେବା ପାଇଁ ଅଭିଯାନ କରିବାକୁ କହିଛନ୍ତି । ପାଟିର ଯୁବ ଗୋଷ୍ଟୀ ଲୋକସଭା କ୍ଷେତ୍ରରେ ବାଇକ ଓ ସାଇକେଲରେ ରାଲି କରିବେ । ଜିଲ୍ଲା ଅଧ୍ୟକ୍ଷ ଘୋଷ କହିଛନ୍ତି, ଦଳର ସନ୍ଦେଶ ଅତି ସ୍ୱଚ୍ଛ । ସମସ୍ତ ଭ୍ରଷ୍ଟ ଓ ନାସ୍ତିବଚନ ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବରୋଧରେ ଏକଜୁଟ ହେଉଛନ୍ତି । କଂଗ୍ରେସର ମିଥ୍ୟା ଓ ତୃଣମୂଳର ଏକଛତ୍ରବାଦ ବିରୋଧରେ ବିଶେଷ ଅଭିଯାନ ଆରମ୍ଭ ହେବାକୁ ଯାଉଛି ବୋଲି ସେ କହିଛନ୍ତି ।

ଦଳର ରାଷ୍ଟ୍ରୀୟ ଅଧକ୍ଷ ଅମିତ ଶାହ ୪୨ଟି ଆସନ ମଧ୍ୟରୁ ୨୨ଟି ଅସନ ଉପରେ କବଜା କରିବାକୁ ଲକ୍ଷ୍ୟ ରଖିଛନ୍ତି । ରାଜ୍ୟରେ ଏବେ ବିଜେପିର ଦୁଇଜଣ ସାଂସଦ ରହିଛନ୍ତି । ୨୦୧୪ ନିର୍ବାଚନରେ ବିଜେପି ଭଲ ପ୍ରଦର୍ଶନ କରି ଦୁଇଟି ଆସନ ଅକ୍ତିଆର କରିଥିଲା । ସୂଚନାନୁସାରେ, ଟିଏମସି ଓ ବିଜେପି ମଧ୍ୟରେ ନିର୍ବାଚନୀ ଯୁଦ୍ଧ ଆରମ୍ଭ ହୋଇଯାଇଛି । ତୃଣମୂଳ ଏଥର ପ୍ରଧାନମନ୍ତ୍ରୀ ମୋଦି ସରକାରକୁ ପରାସ୍ତ କରିବେ ବୋଲି ଦାବି କରିଥିବା ବେଳେ ବିଜେପି ମମତାଙ୍କ ଅନ୍ତର ଏହା ଆରମ୍ଭ ବୋଲି କହିଛି ।

error: Thank You Keep Visiting