୩୧ ରୋହିଗ୍ୟାଙ୍କୁ ଖାଇବା-ପିଇବା ଦେଉଛନ୍ତି ଭାରତୀୟ ଯବାନ

An Independent Media

ଅଗରତଲା: ମିଆଁମାର ଅଶାନ୍ତି ପରେ ଭାରତ ମଧ୍ୟକୁ ଅନେକ ରୋହଗ୍ୟା ପସିଆସିଥିଲେ । ଏପରିକି ସେମାନଙ୍କୁ ଭାରତ ସରକାରଙ୍କ ପକ୍ଷରୁ ଥଇଥାନ କରାଯାଇଥିଲା । ମିଆଁମାର ସଂଘର୍ଷ ବିରତି ପରେ ସେମାନଙ୍କୁ ନିଜ ଦେଶ ପ୍ରତ୍ୟାବର୍ତ୍ତନ କରାଇବାକୁ ଯୋଜନା କରାଯାଇଥିଲା । ଏବେ ଏପରି ଏକ ଘଟଣା ସମ୍ନାକୁ ଆସିଛି, ଯାହା ଭାରତୀୟ ସେନାର ଉଦାରତାକୁ ପ୍ରମାଣ କରୁଛି ।  ଭାରତର ସୀମା ସୁରକ୍ଷାବାହିନୀର ଜଣେ ଅଧିକାରୀ କହିଛନ୍ତି, ଭାରତ-ବାଂଲାଦେଶ ସୀମାରେ “ନୋ ମେନ୍ସ ଲାଣ୍ଡ’ରେ ଫସିଥିବା ୩୧ ରୋହିଗ୍ୟାଙ୍କୁ ଖାଇବା-ପିଇବା ଦିଆଯାଉଛି । ବିଏସଏଫର ଗୋକୁଳନଗର ସେକ୍ଟରର ଡିଆଇଡି ବ୍ରଜେଶ କୁମାର କହିଛନ୍ତି, ଏହା ମାନବିକତା ଆଧାରରେ କରାଯାଉଛି । ଏହା ପୂର୍ବରୁ ବୋର୍ଡରେ ଗାର୍ଡସ ବାଂଲାଦେଶ ଅଭିଯୋଗ କରିଥିଲା ଯେ, ଏହି ୩୧ ରୋହିଗ୍ୟା ନାଗରିକଙ୍କୁ ବିଏସଏଫ ବାଂଲାଦେଶ ପଠାଇବାକୁ ଉଦ୍ୟମ କରୁଛି ।

ବିଜିବି ଅଭିଯୋଗକୁ ଭୁଲ ଏବଂ ଭିତ୍ତିହୀନ କହି ଏକ ବୟାନ ଜାରି କରିଥିଲା । ବିଏସଏଫ ପକ୍ଷରୁ ଜାରି ବୟାନରେ କହିଥିଲା ଯେ, ୨୫ ବିଜିବିର କମାଣ୍ଡିଂ ଅଫିସର ବିଏସଏଫ କମାଣ୍ଡେନ୍ସ ଫୋନରେ କହିଥିଲେ ଯେ, ୩୧ ଜଣ ରୋହିଗ୍ୟାଙ୍କୁ ଭାରତ-ବାଂଲାଦେଶ ସୀମା (ଅ।ଇବିପି) ତାରବନ୍ଦୀ ଭିତରେ ନିଆଯାଉ । ବିଜିବିର କମାଣ୍ଡିଂ ଅଫସର ଏହି ଅଭିଯୋଗ ଆଣିଥିଲେ ଯେ, ବିଏସଏଫ ରୋହିଗ୍ୟା ମୁସଲମାନଙ୍କୁ ବାଂଲାଦେଶ ପଠାଉଛି । ଡିଅ ।ଇଜି ବ୍ରଜେଶ କୁମାର କହିଛନ୍ତି ଯେ, ଆମେ ବିଜିବି ସହିତ ସଂପର୍କ କରୁଛୁ । ସେମାନେ ଏହି ରୋହିଗ୍ୟାଙ୍କୁ ଭାରତ ପଠାଇବାକୁ ·ହନ୍ତି । ଆଲୋଚନା ପରେ ଏବାବଦରେ ଅଧିକ ଜାଣିବୁ । ବତ୍ତର୍୍ମାନ ୩୧ ଲୋକଙ୍କୁ ମାନବିକତା ଦୃଷ୍ଟିକୋଣରୁ ଖାଇବା-ପିଇବା ଦିଆଯାଉଛି ।

error: Thank You Keep Visiting