କଟକଣା ପରେ ବି ଥମୁନି ଫାୟରିଂ, ୩୫ ମାସରେ ମଲେଣି ୩୧

An Independent Media

ଲକ୍ଷ୍ନୌ : ସଂପୂର୍ଣ୍ଣ ଭାବେ କଟକଣା ଲାଗୁ କରାଯିବା ପରେ ବି ଉତ୍ତରପ୍ରଦେଶରେ ବିବାହ ଏବଂ ଅନ୍ୟ ସମାରୋହରେ ହର୍ଷ ଫାୟରିଂ ପରମ୍ପରା ବନ୍ଦ ହୋବାର ଦେଖା ଯାଉନି । ଗତ ୩୫ ମାସ ମଧ୍ୟରେ ହର୍ଷ ଫାୟରିଂ ଯୋଗୁଁ ୩୧ ଜଣ ଲୋକଙ୍କ ଜୀବନ ଯାଇଥିବା ବେଳେ ୩୨ ଜଣ ଆହତ ହୋଇଛନ୍ତି । ସେହିପରି ଗତ ସପ୍ତାହରେ ହର୍ଷ ଫାୟରିଂ ଯୋଗୁଁ ୩ ଜଣଙ୍କ ମୃତ୍ୟୁ ହୋଇଛି । ନ୍ୟାସନାଲ ଡାଟାବେସ ଅଫ ଆର୍ମ ଲିଡର୍ସ ୨୦୧୬ ଜୁଲାଇ ରିପୋର୍ଟ ଅନୁସାରେ ଦେଶବ୍ୟାପୀ ୨୬ ଲକ୍ଷ ଅସ୍ତ୍ରଶସ୍ତ୍ର ଲାଇସେନ ପ୍ରାପ୍ତ । ଏଥିରେ ୧୦.୭୬ ଲକ୍ଷ ଅସ୍ତ୍ର ଶସ୍ତ୍ର କେବଳ ଉତ୍ତରପ୍ରଦେଶରେ ରହିଛି ।

ଏହି ପରିପ୍ରେକ୍ଷୀରେ ଉତ୍ତରପ୍ରଦେଶରେ ପୋଲିସ ତୁଳନାରେ ସାଧାରଣ ଜନତାଙ୍କ ନିକଟରେ ୫ ଗୁଣ ଅଧିକ ଅସ୍ତ୍ରଶସ୍ତ୍ର ରହିଛି । ଏହି ରାଜ୍ୟରେ ୨.୩ ଲକ୍ଷ ପୋଲିସ କର୍ମୀଙ୍କ ନିକଟରେ ଅସ୍ତ୍ରଶସ୍ତ୍ର ଅଛି । ଏହି ସଂଖ୍ୟା କେବଳ ଲାଇସେନ୍ସଧାରୀଙ୍କର । ହେଲେ ଲୋକଙ୍କ ଦ୍ୱାରା ବେଅ ।ଇନ ଭାବରେ ରଖାଯାଇଥିବା ଅସ୍ତ୍ରଶସ୍ତ୍ରର ତାଲିକା ମିଳି ପାରିନାହିଁ । ଉତ୍ତରପ୍ରଦେଶ ଏଡିଜି କହିଛନ୍ତି,ଏଠାରେ ଫାୟରିଂକୁ ନେଇ ସଂପୂର୍ଣ୍ଣ ରୂପେ କଟକଣା ଜାରି କରି ଦିଅ ।ଯାଇଛି । ମାତ୍ର ଏଠାକାର ସଂସ୍କୃତି ଏହାକୁ ଛାଡ଼ି ପାରୁ ନାହିଁ । ପ୍ରଶାସନିିକ ଅନୁମତି ନଥାଇ ମଧ୍ୟ ଲୋକେ ମାନୁ ନାହାନ୍ତି । ତାଙ୍କ କହିବା ମୁତାବକ, ବିଗିତ ୧୦ ବର୍ଷ ତୁଳନାରେ ସ୍ଥିତିରେ ସୁଧାର ଆସିଛି । ଏହି ଘଟଣାରେ ପ୍ରାଣ ହରାଉଥିବା ଲୋକଙ୍କ ମଧ୍ୟରେ ଅଧିକାଂଶ ଶିଶୁ ଅଥବା ନିକଟରେ ଛିଡ଼ା ହୋଇଥିବା ଲୋକ ବୋଲି ଜଣାପଡିଛି ।

error: Thank You Keep Visiting