କଂଗ୍ରେସ ଅସନ୍ତୋଷ ଘନଉଛି : ଏନ୍ଏସି ଉପାଧ୍ୟକ୍ଷ ସମେତ ୮ ଜଣ ପାର୍ଷଦ ଦଳ ଛାଡିଲେ

An Independent Media

ରାୟପୁର: ଦେଶ ତମାମ କଂଗ୍ରେସ ଅସନ୍ତୋଷ ଜାରି ରହିଛି । ଛତିଶଗଡ଼ରେ ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି ପରାଜିତ ହେବା ପରେ କଂଗ୍ରେସରେ ଦଳୀୟ କର୍ମୀଙ୍କ ଅସନ୍ତୋଷ ଦେଖାଯାଇଛି । ଛତିଶଗଡ଼ର ଗଣମାଧ୍ୟମର ରିପୋର୍ଟ ଅନୁସାରେ, ଜଣେ ବିଜ୍ଞାପିତ ଅଞ୍ଚଳ ପରିଷଦର ଉପାଧ୍ୟକ୍ଷଙ୍କ ସମେତ ତାଙ୍କର ଅନ୍ୟ ୭ ଜଣ ସମର୍ଥକ କଂଗ୍ରେସ ଛାଡ଼ିଛନ୍ତି । ବେମେତରା ବିଜ୍ଞାପିତ ଅଞ୍ଚଳ ପରଦଷଦର ଉପାଧ୍ୟକ୍ଷ ଜିତେନ୍ଦ୍ର ତିୱାରୀଙ୍କ ସମେତ ୮ ଜଣ କଂଗ୍ରେସ ପାର୍ଷଦ ରାୟପୁରସ୍ଥିତ ରାଜୀବ ଭବନରେ ନିଜର ଇସ୍ତଫା ପତ୍ର ଦାଖଲ କରିଛନ୍ତି ।

ସୂଚନାଯୋଗ୍ୟ ବିଜ୍ଞାପିତ ଅଞ୍ଚଳ ପରିଷଦ ଉପାଧ୍ୟକ୍ଷ ଜିତେନ୍ଦ୍ର ତୱାରୀ , ସିଏମ୍ଓ ସଂଜୟ ସିଂହଙ୍କ ଉପରେ ଅଭିଯୋଗ ଆଣିଥିଲେ ଯେ, ସେ ନିଜ ଇଚ୍ଛାରେ କାମ କରୁଛନ୍ତି । ପଦବୀର ଦୂରୁପଯୋଗ କରି ବିକାଶମୂଳକ କାମରେ ବାଧା ସାଜୁଛନ୍ତି । ନଗର ପଞ୍ଚାୟତ ଉପାଧ୍ୟକ୍ଷ ଜିତେନ୍ଦ୍ର ତୱାରୀଙ୍କ କହିବା ଅନୁସାରେ, ସିଏମ୍ଓଙ୍କ ଅବହେଳାକୁ ନେଇ ଅନେକ ଥର ଅଭିଯୋଗ କରିଛନ୍ତି କିନ୍ତୁ ଫଳ କିଛି ମିଳି ନାହିଁ । ତେଣୁ ସେମାନେ ଇସ୍ତଫା ଦେବାକୁ ବାଧ୍ୟ ହୋଇଥିବା କହିଛନ୍ତି ।

error: Thank You Keep Visiting