କାସଗଞ୍ଜରେ ୧୪୪ ଜାରି, ହିଂସା ଆଶଙ୍କାକୁ ନେଇ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

An Independent Media

ଲକ୍ଷ୍ନୌ : ଉତ୍ତରପ୍ରଦେଶର କାସଗଞ୍ଜରେ ଗତବର୍ଷ ସାଧାରଣତନ୍ତ୍ର ଦିବସରେ ହୋଇଥିବା ହିଂସା ଏବଂ ଏହା ପରେ ଦଙ୍ଗାକୁ ଦୃଷ୍ଟିରେ ରଖି ପ୍ରଶାସନ ଏଥର ସତର୍କ ହୋଇଯାଇଛି । ଜିଲ୍ଲା ପ୍ରଶାସନ ଏହି ଅଞ୍ଚଳରେ ଧାରା ୧୪୪ ଜାରି କରି ଦେଇଛି ଏବଂ ଏଠାରେ କୌଣସି ପ୍ରକାରର ରାଲିର ଆୟୋଜନକୁ ଅନୁମତି ଦିଅଯାଇ ନାହିଁ । ପୋଲିସ ଫ୍ଲାଗ ମାର୍ଚ୍ଚ ରିହର୍ସଲ ସହିତ କୌଣସି ପ୍ରକାରର ଅପ୍ରିତିକର ସ୍ଥିତିଚୁ ଏଡାଇବା ପାଇଁ ଛାତ ଉପରେ ଲାଇଟ ମେସିନ ଗନ ମୁତୟନ କରିଛି । ଏନେଇ ଜଣେ ଅଧିକାରୀ କହିଛନ୍ତି, ସମଗ୍ର ଜିଲ୍ଲାକୁ ୨ଟି ଜୋନରେ ବିଭକ୍ତ କରାଯାଇଛି । ଯେଉଁଠାରେ ପୋଲିସ କର୍ମ·ରୀ ସହିତ ମାଜିଷ୍ଟ୍ରେଟ ଜିଲ୍ଲାର ସୁରକ୍ଷା ଦାୟିତ୍ୱ ସମ୍ଭାଳିବେ । ପିଏସି ଏବଂ ଅ ।ରଏଏଫର ୨ ପ୍ଲାଟୁନ ସୁରକ୍ଷାବାହିନୀ ସହିତ ୨୦ ପୋଲିସ ଇନସପେକ୍ଟର, ୮୩ ସବ-ଇନସପେକ୍ଟର ସହିତ ମାଜିଷ୍ଟ୍ରେଟ ଜିଲ୍ଲାର ସୁରକ୍ଷା ଦାୟିତ୍ୱ ନେଇଛନ୍ତି ।

କାସଗଞ୍ଜ ଏସପି ଜାତୀୟ ଗଣମାଧ୍ୟମକୁ କହିଛନ୍ତି, ଏଥର ସାଧାରଣତନ୍ତ୍ର ଦିବସ ଅବସରରେ କୌଣସି ପ୍ରକାରର ହିଂସାତ୍ମକ ଗତିବିଧି କରିବାକୁ ଦେବୁ ନାହିଁ । ଏଥିପାଇଁ ପୋଲିସ ମୁତୟନ କରାଯାଇଛି । ପୋଲିସ ଏବଂ ପ୍ରଶାସନ ଦଙ୍ଗା କରାଇ ନଦେବାକୁ ପ୍ରସ୍ତୁତ ଅଛନ୍ତି । ସମ୍ବେଦନଶୀଳ ସ୍ଥାନଗୁଡ଼ିକରେ ସିସିଟିଭି କ୍ୟାମେରା ଲଗାଯାଇଛି । ଛାତ ଉପରେ ମେସିନ ଗନ ରଖାଯାଇଛି । ସେ କହିଛନ୍ତି, ୨୬ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛୁ, ଯେଉଁମାନେ ଗତ ବର୍ଷ ହିଂସାରେ ସମ୍ପୃକ୍ତ ଥିଲେ । ଏଥି ସହିତ ୨୫୮ ଲୋକଙ୍କ ଉପରେ ୫ରୁ ୬ ଲକ୍ଷ ଟଙ୍କା ପ୍ରତ୍ୟେକଙ୍କୁ ବ୍ୟକ୍ତିଗତ ବଣ୍ଡ ଭି ଲଗାଇଛୁ । ଆମେ ସାଧାରଣ ଜନତାଙ୍କୁ ସୁରକ୍ଷା ଦେବା ପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଇଛି । ସୂଚନାଯୋଗ୍ୟ, ଗତବର୍ଷ ସାଧାରଣତନ୍ତ୍ର ଦିବସରେ ସଂକଳ୍ପ ଫାଉଣ୍ଡେସନ ପକ୍ଷରୁ ତ୍ରିରଙ୍ଗା ଯାତ୍ରାରେ ବାଇକ ରାଲି କରାଯାଇଥିଲା । ଏହା ପରେ ଉତ୍ତେଜନା ଦେଖାଯାଇଥିଲା । କାସଗଞ୍ଜ ହିଂସାର ଅଭିଯୁକ୍ତ ବିଶାଳ ଠାକୁର ଏବଂ ହିଂସାରେ ମୃତ୍ୟୁବରଣ କରିଥିବା ଚନ୍ଦନ ଗୁପ୍ତା ଉଭୟ ସଂକଳ୍ପ ଫାଉଣ୍ଡେସନର ସଦସ୍ୟ ଥିଲେ । ଚନ୍ଦନକୁ ଅନ୍ୟ ଗୋଷ୍ଠୀର ଲୋକେ ଗୁଳି କରିବା ପରେ ହିଂସା ଉଗ୍ର ରୂପ ନେଇଥିଲା ।

error: Thank You Keep Visiting