ସରୁନି କର୍ଣ୍ଣାଟକ ଡ୍ରାମା, ଅଡୁଆରେ ମେଣ୍ଟ ସରକାର

Straight to the Point
ବେଙ୍ଗାଲୁରୁ: କର୍ଣ୍ଣାଟକ କଂଗ୍ରେସରେ ଆଭ୍ୟନ୍ତରୀଣ କନ୍ଦଳ ଥମିବାର ନାଁ ନେଉନାହିଁ। ଜାନୁଆରୀ ୧୮ରେ କଂଗ୍ରେସ ବିଧାୟକ ଦଳର ହୋଇଥିବା ବୈଠକରେ ସାମିଲ ହୋଇନଥିବା ଚାରି ଜଣ ବିଦ୍ରୋହୀ ବିଧାୟକ ସମେତ ମୋଟ୍ ୯ ଜଣ ବିଧାୟକ କର୍ଣ୍ଣାଟକ ବିଧାନସଭାର ବଜେଟ୍ ଅଧିବେଶନର ପ୍ରଥମ ଦିନରେ ଯୋଗ ଦେଇ ନାହାନ୍ତି। ବିଧାନସଭା ଅଧିବେଶନ ବୁଧବାରଠୁ ଆରମ୍ଭ ହୋଇଛି। ଏହି ନଅ ଜଣ ବିଧାୟକ ମଧ୍ୟରେ ଯେଉଁ ଚାରିଜଣ କଂଗ୍ରେସ ବିଧାୟକ ଦଳ ବୈଠକରେ ସାମିଲ ହୋଇନଥିଲେ ସେମାନେ ହେଉଛନ୍ତି ରମେଶ ଜାରଖିହୋଲି, ଉମେଶ ଜି ଯାଦବ, ବି ନଗେନ୍ଦ୍ର, ରମେଶ କମାଥାଲି।

ମଙ୍ଗଳବାର କ୍ଷମତାଧାରି ଜେଡିଏସ-କଂଗ୍ରେସ ମେଣ୍ଟର ସମସ୍ତ ବିଧାୟକଙ୍କୁ ଏକ ହ୍ଵିପ୍ ଜାରି କରି କୁହାଯାଇଥିଲା ଯେ ବଜେଟ୍ ଅଧିବେଶନରେ ସମସ୍ତ ବିଧାୟକ ଉପସ୍ଥିତ ରହିବେ। କଂଗ୍ରେସର ଅସନ୍ତୁଷ୍ଟ ବିଧାୟକଙ୍କୁ ବିଜେପିଠୁ ଦୂରେଇ ରଖିବା ଉଦ୍ଦେଶ୍ୟରେ ଏହି ହ୍ଵିପ୍ ଜାରି କରାଯାଇଥିଲା। ଏହା ସତ୍ଵେ ବି ନଅ ଜଣ ବିଧାୟକ ଗୃହରେ ଉପସ୍ଥିତ ନହେବା କର୍ଣ୍ଣାଟକ କଂଗ୍ରେସ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିବାକୁ ଯାଉଛି। ଏହା ମଧ୍ୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ବିଧାୟକ ଦଳର ନେତା ସିଦ୍ଧରମୈୟା ବିଧାୟକ ଦଳ ବୈଠକରେ ସାମିଲ ହୋଇନଥିବା ବିଧାୟକଙ୍କୁ ଦ୍ଵିତୀୟ ନୋଟିସ୍ ପଠାଇଛନ୍ତି।

କଂଗ୍ରେସର ଜଣେ ନେତାଙ୍କ ସୂତ୍ର ମୁତାବକ ସିଦ୍ଧରମୈୟାଙ୍କ ନୋଟିସ୍ ପରେ ମଧ୍ୟ ବିଧାୟକମାନେ ବିଧାୟକ ଦଳ ବୈଠକରେ ଯୋଗ ଦେଇ ନାହାନ୍ତି। ଏହା ପରେ ଉକ୍ତ ବିଧାୟକଙ୍କୁ ସ୍ପଷ୍ଟୀକରଣ ମଗାଯାଇଥିଲା। ଏହା ସତ୍ଵେ ବି ନଅ ଜଣ ବିଧାୟକ ଗୃହରେ ସାମିଲ ହୋଇ ନାହାନ୍ତି।

ଉଲ୍ଲେଖଯୋଗ୍ୟ ଉପରୋକ୍ତ ଚାରି ଜଣ ବିଧାୟକ କଂଗ୍ରେସ ସହିତ ଅସନ୍ତୁଷ୍ଟ ଅଛନ୍ତି। ନଅ ଜଣ ବିଧାୟକଙ୍କ ମଧ୍ୟରୁ ଅନେକଙ୍କ ମୋବାଇଲ ସୁଇଚ୍ ଅପ ରହିଛି। ଏହା ପୂର୍ବରୁ ଦୁଇ ଜଣ ନିର୍ଦ୍ଦଳୀୟ ବିଧାୟକ କୁମାରସ୍ଵାମୀ ସରକାରଠୁ ଜାନୁଆରୀ ୧୫ରେ ସମର୍ଥନ ପ୍ରତ୍ୟାହୃତ କରିବା ପରେ କଂଗ୍ରେସ-ଜେଡିଏସ ମେଣ୍ଟ ସରକାରଙ୍କୁ ଝଟକା ଲାଗିଥିଲା।

error: Thank You Keep Visiting