ଭଦ୍ରାଙ୍କୁ ୬ ଘଣ୍ଟା ଜେରା, ଉତ୍ତରରେ ସନ୍ତୁଷ୍ଟ ନୁହଁ ଇଡି

Straight to the Point
ନୂଆଦିଲ୍ଲୀ: ମନି ଲଣ୍ଡ୍ରିଂ ମାମଲାରେ କଂଗ୍ରେସ ନେତା ପ୍ରିୟଙ୍କା ଗାନ୍ଧୀଙ୍କ ପତି ରବର୍ଟ  ଭଦ୍ରାଙ୍କୁ ବୁଧବାର ଇଡି ଲମ୍ବା ସମୟ ଧରି ଜେରା କରିଛି। ଇଡିର ଟିମ୍  ପାଖାପାଖି ୬ ଘଣ୍ଟା ପର୍ଯ୍ୟନ୍ତ  ଭଦ୍ରାଙ୍କୁ ପଚରାଉଚୁରା କରିଛନ୍ତି। କିନ୍ତୁ ଇଡି ଭଦ୍ରାଙ୍କ ଉତ୍ତରରେ ସନ୍ତୁଷ୍ଟ ନଥିବା ବିଶ୍ଵସ୍ତ ସୂତ୍ରରୁ ଜଣା ପଡିଛି। ତେଣୁ ଇଡି ପୁର୍ନବାର ଜେରା ପାଇଁ ଭଦ୍ରାଙ୍କୁ ସମନ ଜାରି କରିପାରେ। ଆଜି ମୋଟ୍ ଚାରୋଟି ପର୍ଯ୍ୟାୟରେ ଇଡି ଭଦ୍ରାଙ୍କୁ ଜେରା କରିଛି। ସୂତ୍ର ମୁତାବକ ଭଦ୍ରା ବହୁତ ସଂକ୍ଷିପ୍ତରେ ଇଡି ଅଧିକାରୀଙ୍କ ପ୍ରଶ୍ନର ଉତ୍ତର ରଖୁଥିଲେ।

ଲଣ୍ଡନ ସଂପତ୍ତି ବିଷୟରେ ପ୍ରଶ୍ନ ହେବାରୁ ଭଦ୍ରା କହିଛନ୍ତି ଯେ, ଏହା ମୋର ସଂପତ୍ତି ନୁହେଁ। ଇଡି କହିଛନ୍ତି ଯେ, ଯି ଏହା ଆପଣଙ୍କର ସଂପତ୍ତି ନୁହେଁ ତେବେ ଲିଖିତ ଭାବେ କୁହନ୍ତୁ। ଯଦି ସଞ୍ଜୟ ଭଣ୍ଡାରୀଙ୍କୁ ଆପଣ ଜାଣନ୍ତି ନାହିଁ ତେବେ ଲିଖିତ ଭାବେ ବତାନ୍ତୁ। ଏହା ସହିତ ଇଡି ଭଦ୍ରାଙ୍କୁ ଚେତାବନୀ ଦେଇଛନ୍ତି ଯେ, ଯଦି ଭୁଲ ବୟାନବାଜି କରନ୍ତି ତେବେ ଆପଣଙ୍କୁ କାର୍ଯ୍ୟାନୁଷ୍ଠାନର ସାମ୍ନା କରିବାକୁ ପଡ଼ିପାରେ।

ଏହା ପୂର୍ବରୁ ଭଦ୍ରାଙ୍କ ସହିତ ତାଙ୍କ ପତ୍ନୀ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଦପ୍ତରରେ ପହଞ୍ଚିଥିଲେ, ମାତ୍ର ସେ ଗେଟରୁ ହିଁ ଫେରି ଯାଇଥିଲେ। ଭଦ୍ରାଙ୍କୁକ ଜେରା କରିଥିବା ଟିମରେ ଯୁଗ୍ମ ନିର୍ଦ୍ଦେଶକ, ଉପ ନିର୍ଦ୍ଦେଶକ ଓ ୫ ଅନ୍ୟ ଅଧିକାରୀ ସାମିଲ ଥିଲେ।

error: Thank You Keep Visiting