‘ବନ୍ଦେ ଭାରତ ଏକ୍ସପ୍ରେସ’କୁ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

Straight to the Point

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଫେବୃୟାରୀ ୧୫ରେ ‘ବନ୍ଦେ ଭାରତ ଏକ୍ସପ୍ରେସ’ ଟ୍ରେନକୁ ଦିଲ୍ଲୀ ରେଳ ଷ୍ଟେସନ ଠାରୁ ଶୁଭାରମ୍ଭ କରିବାକୁ ଯାଉଛନ୍ତି । ରେଳ ମନ୍ତ୍ରାଳୟର ଜଣେ ବରିଷ୍ଠ ଅଧିକାରୀ ବୁଧବାର ଜାତୀୟ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି । ନିକଟରେ ରେଳମନ୍ତ୍ରୀ ପୀୟୁଷ ଗୋୟଲ ଟ୍ରେନ-୧୮କୁ ବନ୍ଦେ ଭାରତ ଏକ୍ସପ୍ରେସ ନାଁ ଦେଇଥିଲେ । ସୂଚନାଯୋଗ୍ୟ ୧୦୦ କୋଟି ଟଙ୍କା ବିନିଯୋଗରେ ନିର୍ମିତ ଏହି ଟ୍ରେନ ସଂପୂର୍ଣ୍ଣ ଭାବରେ ଭାରତରେ ନିର୍ମାଣ କରାଯାଇଛି ।

ଚେନ୍ନାଇର ଇଣ୍ଟ୍ରିଗାଲ କୋଚ ଫ୍ୟାକ୍ଟ୍ରିରେ ନିର୍ମାଣ କରାଯାଇଥିବା ଏହି ଟ୍ରେନ ଦିଲ୍ଲୀରେ ପରୀକ୍ଷା କରାଯାଇଛି । ପରୀକ୍ଷା ସମୟରେ ଘଣ୍ଟା ପିଛା୧୮୦ କିଲୋମିଟ ବେଗରେ ଏହି ଟ୍ରେନ ଗତି କରି ପାରିଛି । ଏହି ଟ୍ରେନରେ ୧୬ଟି ବଗି ହେବ । ଜାତୀୟ ରାଜଧାନୀ ନୂଆଦିଲ୍ଲୀ ଠାରୁ ଉତ୍ତର ପ୍ରଦେଶର ଆଧ୍ୟାତ୍ମିକ ରାଜଧାନୀ ବାରାଣସୀକୁ ଚାଲିବ ।

ରେଳବାଇର ଅଧିକାରୀ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦୀ ଫେବୃୟାରୀ ୧୫ ପୂର୍ବାହ୍ନରେ ଏହି ଟ୍ରେନକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିବେ । ଏଠାରେ ଏକ କାର୍ଯ୍ୟକ୍ରମର ଆୟୋଜନ ହେବ, ଯେଉଁଠାରେ ମୋଦୀ ଭାଷଣ ଦେବେ ।

ଏହା ଆମ ପାଇଁ ଗର୍ବର ବିଷୟ ଯେ, ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଟ୍ରେନର ଶୁଭାରମ୍ଭ ହେବାକୁ ଯାଉଛି, ଯାହାକି ପୁରାଣା ଶତାବ୍ଦୀ ଏକ୍ସପ୍ରେସ ଟ୍ରେନ ଭଳି ଦୌଡ଼ିବ । ଏହି ଟ୍ରେନ ନିର୍ମାଣରେ ୧୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି ବୋଲି ଅଧିକାରୀ କହିଛନ୍ତି ।

error: Thank You Keep Visiting