କମିଲା ରେପୋ ରେଟ, ଋଣ ନେବା ସହଜ ହେବ

Straight to the Point
ନୂଆଦିଲ୍ଲୀ: ଭାରତ ସରକାରଙ୍କ ଅନ୍ତରୀଣ ବଜେଟ ପରେ ପ୍ରଥମ ଆର୍ଥିକ ସମୀକ୍ଷା ନୀତିର ଘୋଷଣା କରି ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ଜନତାଙ୍କୁ ଏକ ବଡ ଉପହାର ଦେଇଛି  । ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶଙ୍କ ଅଧ୍ୟକ୍ଷତାରେ ଚାଲିଥିବା ବୈଠକରେ ରେପୋ ରେଟରେ ୦.୨୫ ବେସିସ ପଏଁଟ ହ୍ରାସ କରାଯାଇଛି ।

ବର୍ତମାନ ରେପୋ ରେଟ ୬.୨୫  ପ୍ରତିଶତ ଏବଂ ରିଭର୍ସ ରେପୋ ରେଟ ୬ ପ୍ରତିଶତ ହୋଇଯାଇଛି । ଆରବିଆଇ ଏହା ପୂର୍ବରୁ ଅଗଷ୍ଟ ୨୦୧୭ରେ ରେପୋରେଟରେ ହ୍ରାସ କରିଥିଲା । ଏହାପରେ ସୁଧଦର ବୃଦ୍ଧି କରାଯାଇଥିଲା । ଗତ ୪ ମାସ ଧରି ରେପୋ ରେଟ ସ୍ଥିର ଥିଲା ।

ଆରବିଆଇ ଗଭର୍ଣ୍ଣର କହିଛନ୍ତି କି, ୨୦୧୯-୨୦ରେ ଦେଶର ବିକାଶ ଦର ୭.୪ ପ୍ରତିଶତ ରହିବ । ଯାହା ୨୦୧୮-୧୯ରେ ୭.୨ ପ୍ରତିଶତ ରଖାଯାଇଥିଲା । ସେହପରି ମହଙ୍ଗା ଦର ୨୦୧୯-୨୦ ରେ ପ୍ରଥମ ୬ ମାସ  ପାଇଁ ୩.୨ରୁ ୩.୪ ହେବା ନେଇ ଅନୁମାନ କରାଯାଉଛି ।

ଆରବିଆଇର ଏହି ପଦକ୍ଷେପରେ ସାଧାରଣ ଜନତା ଲାଭାନ୍ୱିତ ହେବେ । ଏଥିରେ ସମସ୍ତ ପ୍ରକାର ଋଣ ସାମିଲ ଅଛି । ଗତ ୨୮ ତାରିଖରେ ସରକାରୀ ବ୍ୟାଙ୍କ ସହ ଆଲୋଚନା କରି ଶକ୍ତକାନ୍ତ ଦାଶ ଏହି ସଙ୍କେତ ଦେଇଥିଲେ ।

ବୈଠକ ପରେ ଅର୍ଥ ବିଶେଷଜ୍ଞମାନେ ଆଶା କରିଛନ୍ତି କି, ମୁଦ୍ରାସ୍ପିତିରେ ସୁଧାର ଆସିବା ପରେ  ଆଗାମୀ ଆର୍ଥିକ ସମୀକ୍ଷାରେ ନୀତିଗତ ଭାବେ ଏହାକୁ କମ କରାଯିବ । ଏହା ପୂର୍ବରୁ ଉପଭୋକ୍ତା ମୂଲ୍ୟ ସୂଚକାଙ୍କ ଆଧାରିତ ମୁଦ୍ରାସ୍ପୀତି ଦର ଗତ ଡିସେମ୍ବରରେ ହ୍ରାସ ପାଇ ୨.୧୯ ପ୍ରତିଶତକୁ ଆସିଯାଇଥିଲା । ଯାହା ଗତ ଦେଢବର୍ଷର ନ୍ୟୁନତମ ସ୍ତର ଅଟେ ।

error: Thank You Keep Visiting