ଦୁର୍ନୀତିଗ୍ରସ୍ତଙ୍କୁ ଘଣ୍ଟ ଘୋଡାଉଛନ୍ତି ମମତା : ପ୍ରଧାନମନ୍ତ୍ରୀ

Straight to the Point

କଲକାତା: ଚିଟଫଣ୍ଡ ଦୁର୍ନୀତିରେ ଜଡିତ ଲୋକଙ୍କୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଘଣ୍ଟ ଘୋଡାଉଛନ୍ତି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଭିଯୋଗ କରିଛନ୍ତି। ତେବେ ଦୁର୍ନୀତିଗ୍ରସ୍ତ ଓ ଦୁର୍ନୀତିଗ୍ରସ୍ତଙ୍କୁ ଘଣ୍ଟ ଘୋଡାଉଥିବା କୌଣସି ଲୋକଙ୍କୁ ଛଡାଯିବ ନାହିଁ ବୋଲି ସେ ସତର୍କ କରାଇଛନ୍ତି। ଶୁକ୍ରବାର ପଶ୍ଚିମବଙ୍ଗର ଜଲପାଇଗୁଡି ଜିଲା ଅନ୍ତର୍ଗତ ଚୁରବନ୍ଦର ଓ ମାୟାନଗରୀରେ ଆୟୋଜିତ ଦଳୀୟ ରାଲି ‘ଗଣତନ୍ତ୍ର ବଞ୍ଚାଅ’ରେ ଉଦ୍‌ବୋଧନ ଦେଇ ମୋଦୀ ଏହା କହିଛନ୍ତି। ସେ କହିଛନ୍ତି ଯେ ମମତା ପଶ୍ଚିମବଙ୍ଗର କମ୍ୟୁନିଷ୍ଟ ଶାସନ ନୀତିକୁ ଆପଣାଇଛନ୍ତି।

ରକ୍ତପାତ, ହିଂସା ଓ ଅତ୍ୟାଚାର ଭଳି ନୀତିକୁ ଆପଣାଇ ମମତା ପଶ୍ଚିମବଙ୍ଗର ମାଟିକୁ ଅପବିତ୍ର କରିଛନ୍ତି। କଲକାତା ପୁଲିସ କମିସନର ରାଜୀବ କୁମାରଙ୍କୁ ସିବିଆଇ ଜେରାରୁ ବଞ୍ଚାଇବା ପାଇଁ ମମତାଙ୍କ ଅନଶନକୁ ମୋଦୀ ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ ଦେଶର ଇତିହାସରେ ଏପରି କେବେ ଦେଖାଯାଇ ନାହିଁ ଯେଉଁ ଠାରେ ଜଣେ ମୁଖ୍ୟମନ୍ତ୍ରୀ ନିଜ ରାଜ୍ୟରେ ଅନଶନ ବସିଛି। ଚିଟଫଣ୍ଡ ନାମରେ ଲକ୍ଷଲକ୍ଷ ଗରିବଙ୍କ ଅର୍ଥ ଲୁଟି ନେଇଥିବା ଲୋକଙ୍କୁ ବଞ୍ଚାଇବା ପାଇଁ ମମତା ଅନଶନ କରିଛନ୍ତି। ତେବେ ଦେଶର ଚୌକିଦାର ଏହି ଲୁଟେରା ଓ ଲୁଟେରାଙ୍କ ରକ୍ଷାକର୍ତ୍ତାଙ୍କୁ ଛାଡିବ ନାହିଁ। ମୋଦୀଙ୍କ ଏହି ଅଭିଯୋଗ ଉପରେ ଜବାବ ଦେଇ ମମତା କହିଛନ୍ତି ଯେ ‘ମୋଦୀ ହେଉଛନ୍ତି ଦେଶର ସବୁଠାରୁ ଦୁର୍ନୀତିଗ୍ରସ୍ତ। ତାଙ୍କ ସମ୍ପର୍କରେ ଯେତେ କମ୍ କହିବ ସେତେ ଭଲ।’

error: Thank You Keep Visiting