ଭାରତର ମନୋବଳ ସର୍ବୋଚ୍ଚସ୍ତରରେ ରହିବା ଏକ ସକରାତ୍ମକ ସଂଙ୍କେତ : ମୋଦୀ

Straight to the Point

ନୂଆଦିଲ୍ଲୀ: ପୂର୍ଣ ସଂଖ୍ୟାଗରିଷ୍ଠତାରେ ଗଠିତ ସରକାର ପାଇଁ ଭାରତ ସାରା ବିଶ୍ୱରେ ନୂତନ ଦିଗନ୍ତ ସୃଷ୍ଟି କରିପାରିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି । ବୁଧବାରଦିନ ଚଳିତ ଲୋକସଭାର ଶେଷ ଦିନରେ ପ୍ରଧାନମନ୍ତ୍ରୀ ସମସ୍ତ ସଦସ୍ୟଙ୍କୁ ଶୁଭେଚ୍ଛା ଜଣେଇବା ଅବସରରେ କହିଛନ୍ତି ଯେ ବିଗତ ୩୦ ବର୍ଷ ମଧ୍ୟରେ ଦେଶରେ ପୂର୍ଣ ସଂଖ୍ୟାଗରିଷ୍ଠତାରେ ସରକାର ଗଠନ ହୋଇନଥିଲା । ଦେଶର ନାଗରିକମାନେ ୨୦୧୪ ଲୋକସଭା ନିର୍ବାଚନରେ ପୂର୍ଣ ସଂଖ୍ୟାଗରିଷ୍ଠତାରେ ସରକାର ଗଠନ ପାଇଁ ସୁଯୋଗ ଦେଇଥିବାରୁ ଭାରତକୁ ବିଶ୍ୱରେ ଏକ ଉଲ୍ଲେଖନୀୟ ସ୍ଥାନ ମିଳିଛି ବୋଲି ସେ କହିଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତର ମନୋବଳ ସର୍ବୋଚ୍ଚସ୍ତରରେ ରହିବା ଏକ ସକରାତ୍ମକ ସଂଙ୍କେତ ଅଟେ ଯାହା ମନୋବଳ ବିକାଶକୁ ତ୍ୱରାନ୍ୱିତ କରିଥାଏ। ସେ କହିଛନ୍ତି, ଏବେ ବିଶ୍ୱରେ ପୃଥିବୀର ତାପମାତ୍ରା ବୃଦ୍ଧି ପ୍ରସଙ୍ଗ ଆଲୋଚନାର ବିଷୟ ହୋଇଥିବାବେଳେ ଭାରତ ଏହାର ମୁକାବିଲା ପାଇଁ ଆର୍ନ୍ତଜାତିକ ସୌର ମେଣ୍ଟ ଗଠନ ଭଳି ପଦକ୍ଷେପ ଗ୍ରହଣ କରିଛି। ଷୋଡଶ ଲୋକସଭାରେ ସର୍ବାଧିକ ସଂଖ୍ୟକ ମହିଳା ସଦସ୍ୟ ଥିବାରୁ ଦେଶ ଏଥିପାଇଁ ଗର୍ବ ଅନୁଭବ କରୁଛି ବୋଲି ଶ୍ରୀ ମୋଦି କହିଛନ୍ତି । ସେ କହିଛନ୍ତି ଏହି ଲୋକସଭାରେ ଦୁର୍ନୀତି ଓ କଳାଧନ ବିରୁଦ୍ଧରେ କଡାଆଇନ ମାନ ପ୍ରଣୟନ କରାଯାଇଛି ଓ ଜି.ଏସ.ଟି. ଆଇନ ଲାଗୁ ହୋଇଛି। ସଂସଦରେ ଜି.ଏସ.ଟି. ପାସ ହେବା ବିଷୟରୁ ସହଯୋଗମୂଳକ ମନୋଭାବର ପରିଚୟ ମିଳିଛି। ଚଳିତ ଅଧିବେଶନର ଶେଷ ଦିନରେ କଂଗ୍ରେସ, ଟି.ଏମ.ସି., ସି.ପି.ଆଇ.ଏମ., ଟି.ଆର.ଏସ. ଏଲ.ଜେ.ପି. ଏବଂ ଆହୁରି ଅନେକ ଦଳ ଗୃହରେ ମତାମତ ଉପସ୍ଥାପନ କରିଥିଲେ।

error: Thank You Keep Visiting