ନରେନ୍ଦ୍ର ମୋଦୀ ଦ୍ୱିତୀୟଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ହେବା ଆବଶ୍ୟକ : ମୁଲାୟମ ସିଂହ ଯାଦବ

Straight to the Point

ନୂଆଦିଲ୍ଲୀ : ନରେନ୍ଦ୍ର ମୋଦୀ ଦ୍ୱିତୀୟଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ହେବା ଆବଶ୍ୟକ। ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟିର ବରିଷ୍ଠ ନେତା ମୁଲାୟମ ସିଂହ ଯାଦବ ବୁଧବାର ଲୋକସଭାରେ ଏହା କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭୂୟଶୀ ପ୍ରଶଂସା କରି ସେ ଏହି ବକ୍ତବ୍ୟ ରଖିଛନ୍ତି। ସଂସଦର ଶେଷ ଅଧିବେଶନର ଅନ୍ତିମ ଦିନରେ ଲୋକସଭାରେ ନିଜର ବକ୍ତବ୍ୟ ରଖି ଶ୍ରୀ ଯାଦବ କହିଛନ୍ତି, ‘ମୁଁ ଚାହୁଁଛି ନରେନ୍ଦ୍ର ମୋଦୀ ଦ୍ୱିତୀୟଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ହୁଅନ୍ତୁ। ମୋଦୀ ଅନେକ ସଠିକ୍‍ ଏବଂ ଉପଯୁକ୍ତ କାର୍ଯ୍ୟ କରିଛନ୍ତି, ତାଙ୍କ ଉପରେ କେହି ଟିପ୍ପଣୀ କରି କରିପାରିବେ ନାହିଁ।’

ବେଶ ଭାବବିଦ୍ୱଳ ହୋଇ ମୁଲାୟମ ସିଂହ ଯାଦବ କହିଥିଲେ ଯେ, ମୁଁ କାମନା କରୁଛି ଯେତେ ସଦସ୍ୟ ଗୃହରେ ଅଛନ୍ତି ସମସ୍ତେ ଦ୍ୱିତୀୟଥର ପାଇଁ ଜିତିକରି ଆସନ୍ତୁ। ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରସଂଶା କରି, ତାଙ୍କୁ ଦ୍ୱିତୀୟଥର ପାଇଁ ପ୍ରଧାନମନ୍ତ୍ରୀ ହେବାର ଶୁଭକାମନା ଜଣାଇଛନ୍ତି। ମୁଲାୟମ ସିଂହଙ୍କ ବକ୍ତବ୍ୟ ପରେ ଶ୍ରୀ ମୋଦୀ ହାତଯୋଡି ତାଙ୍କୁ ଧନ୍ୟବାଦ ଜଣାଇଥିଲେ। ତେବେ, ଯେତେବେଳେ ଉତ୍ତର ପ୍ରଦେଶରେ ସପା-ବସପା ମେଣ୍ଟ କରି ଭାଜପାକୁ କ୍ଷମତାରୁ ଦୂରେଇ ରଖିବାକୁ ଜୋରଦାର ରଣନୀତି ପ୍ରସ୍ତୁତ କରୁଛନ୍ତି ସେତେବେଳେ ପ୍ରଧାନମନ୍ତ୍ରୀ ଆସନରେ ପୁଣିଥରେ ମୋଦୀଙ୍କୁ ଦେଖିବା ନେଇ ମୁଲାୟମ ସିଂହଙ୍କ ବକ୍ତବ୍ୟ ଏକ ରୋଚକ ପରିସ୍ଥିତି ସୃଷ୍ଟି କରିଛି।

error: Thank You Keep Visiting