ଘରୋଇ ବିଦ୍ୟାଳୟରେ ବିସ୍ଫୋରଣ ଘଟି ୧୫ଛାତ୍ର ଗୁରୁତର

Straight to the Point

ପୁଲୱାମା: ବୁଧବାର ଅପରାହ୍ନରେ ଜାମ୍ମୁ କାଶ୍ମୀର ପୁଲୱାମା ଜିଲ୍ଲା ଅନ୍ତର୍ଗତ କାକ୍ପୋରା ଅଞ୍ଚଳରେ ଥିବା ଏକ ଘରୋଇ ବିଦ୍ୟାଳୟରେ ବିସ୍ଫୋରଣ ଘଟି ୧୫ଛାତ୍ର ଗୁରୁତର ହୋଇପଡିବା ସମ୍ପକରେ ସୂଚନା ମିଳିଛି । ସ୍କୁଲରେ ପାଠପଢ଼ା ଚାଲିଥିବା ସମୟରେ ହଠାତ୍ ଏକ ଭୟଙ୍କର ବିସ୍ଫୋରଣ ଘଟିଥିଲା । ଘଟଣା ସଂପର୍କରେ ଖବର ପାଇବା ମାତ୍ରେ ପୁଲିସ୍ ଓ ସୁରକ୍ଷାକର୍ମୀ ସଙ୍ଗେସଙ୍ଗେ ଘଟଣାସ୍ଥଳରେ ପହଞ୍ôଚ ଆହତ ଛାତ୍ରମାନଙ୍କୁ ଉଦ୍ଧାର କରିବା ସହ ଚିକିତ୍ସା ପାଇଁ ହସ୍ପିଟାଲକୁ ପଠାଇଥିଲେ । ତେବେ ରିପୋର୍ଟ ଲେଖାହେବା ସୁଦ୍ଧା ଉକ୍ତ ସ୍କୁୂଲରେ ପଢ଼ୁଥିବା ଜଣେ ୧ଠମ ଶ୍ରେଣୀର ଛାତ୍ର ନିଜ ବ୍ୟାଗ୍ରେ ବିସ୍ଫୋରକ ଆଣି ସ୍କୁଲ ଆସିଥିବା ଜଣାପଡିଛି । ତେବେ ଉକ୍ତ ଛାତ୍ର ଗୁରୁତର ଅବସ୍ଥାରେ ଦେଇଥିବା ବୟାନ ଅନୁସାରେ ତା’ ବ୍ୟାଗ୍ରେ ଥିବା ବିସ୍ଫୋରକ ସାମଗ୍ରୀ ରହିଥିବା ସମ୍ପର୍କରେ ସେ ନିଜେ ମଧ୍ୟ ଜାଣିନଥିଲା । ତେବେ ଏହି ଘଟଣାରେ ଆତଙ୍କବାଦୀଙ୍କ ସମ୍ପୃକ୍ତି ରହିଥିବା ନେଇ ସନ୍ଦେହ କରାଯାଉଛି ।

error: Thank You Keep Visiting