ମୁସଲିମ ବିଶ୍ୱବିଦ୍ୟାଳୟରେ ୧୪ ଛାତ୍ରଙ୍କ ନାଁରେ ଦେଶଦ୍ରୋହ ମାମଲା

Straight to the Point

ଆଲିଗଡ: ଉତ୍ତରପ୍ରଦେଶର ଆଲିଗଡ ମୁସଲିମ ବିଶ୍ୱବିଦ୍ୟାଳୟରେ ବ୍ୟାପକ ଛାତ୍ର ଅଶାନ୍ତି ଦେଖାଦେଇଛି । କ୍ୟାମ୍ପସରେ ଦେଶ ବିରୋଧୀ ସ୍ଲୋଗାନ ଦିଆଯିବା ଏବଂ ଏହି ଘଟଣାରେ ୧୪ଜଣ ଛାତ୍ରଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ କରାଯାଇଛି । ଏମାନଙ୍କ ମଧ୍ୟରେ ଛାତ୍ର ସଂଘ ସଭାପତି ମଧ୍ୟ ଅନ୍ତର୍ଭୁକ୍ତ ରହିଛନ୍ତି । ବିଶ୍ୱବିଦ୍ୟାଳୟକୁ ଏଆଇଏମ୍ଆଇଏମ୍ ନେତା ଅସାଦୁଦ୍ଦିନ ଓୱୈସୀଙ୍କ ଗସ୍ତକୁ ସ୍ଥାନୀୟ ବିଜେପି ଯୁବ ମୋର୍ଚ୍ଚାର ସଦସ୍ୟମାନେ ବିରୋଧ କରୁଥିବାରୁ ତାହାକୁ ନେଇ ଛାତ୍ରମାନଙ୍କ ମଧ୍ୟରେ ବିବାଦ ଦେଖାଦେଇଛି । ସେହିପରି ଓୱୈସୀଙ୍କ କାର୍ଯ୍ୟକ୍ରମ ଓ ଭାଷଣକୁ କଭର କରିବା ଉଦ୍ଦେଶ୍ୟରେ ଦିନକପୂର୍ବେ ଏଠାରେ ଡେରା ପକାଇଥିବା ରିପବ୍ଲିକ ଟିଭିର କିଛି ରିପୋର୍ଟର ଓ କ୍ୟାମେରାମ୍ୟାନଙ୍କ ସହ ଛାତ୍ରମାନଙ୍କ ବିବାଦ ସୃଷ୍ଟି ହୋଇଥିଲା । ବିନା ଅନୁମତିରେ କ୍ୟାମ୍ପସ ମଧ୍ୟରେ ପ୍ରବେଶ କରି ରିପୋର୍ଟର ଫଟୋ ଉତ୍ତୋଳନ କରୁଥିବା ଅଭିଯୋଗ କରି ଛାତ୍ରମାନ ଅଭିଯୋଗ କରିଛନ୍ତି । ଏହାକୁ ନେଇ ବିବାଦ ସୃଷ୍ଟି ହେବା ପରେ ପୁଲିସ ଛାତ୍ରମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା । ଏହାର ବିରୋଧରେ ଛାତ୍ର ସଂଘ ପକ୍ଷରୁ ଶ୍ରେଣୀ ବର୍ଜନ କରାଯାଇଥିଲା । ଅନ୍ୟପକ୍ଷରେ ବିନା ଅନୁମତିରେ ବିଶ୍ୱବିଦ୍ୟାଳୟରେ ପ୍ରବେଶ କରିଥିବାରୁ ବିଶ୍ୱବିଦ୍ୟାଳୟ ପକ୍ଷରୁ ରିପବ୍ଲିକ ବିରୋଧରେ ଅଭିଯୋଗ କରାଯାଇଛି । ଏହି ଘଟଣା ପରେ ବିଶ୍ୱବିଦ୍ୟାଳୟ ପରିସରରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଦିଆଯାଇଛି ।

error: Thank You Keep Visiting