ଜୈସ୍‌  ଆତଙ୍କବାଦୀ ସଙ୍ଗଠନ ଆକ୍ରମଣରେ ୪୨ ଜଣ ଯବାନ୍‌ ସହିଦ୍‌

Straight to the Point

ଶ୍ରୀନଗର:  ଜମ୍ମୁ-କାଶ୍ମୀର ଏକ ବଡ ଧରଣର ଆତଙ୍କବାଦୀ ଆକ୍ରମଣରେ ୪୨ ଜଣ ଯବାନ୍‌ ସହିଦ୍‌ ହୋଇଛନ୍ତି ।  ପୁଲୁଓ୍ୱାମାର ନିକଟରେ ଏହି ଆକ୍ରମଣ ହୋଇଛି । ସିଆରପିଏଫ୍‌ ଗାଡି ନିକଟରେ କାର୍‌ରେ ଆଇଡି ରଖି ବିସ୍ଫୋରଣ କରାଯାଇଥିଲା ।  ଜୈସ୍‌  ଆତଙ୍କବାଦୀ ସଙ୍ଗଠନ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି । ଏହି ଆକ୍ରମଣରେ ୪୦ରୁ ଊର୍ଦ୍ଧ୍ୱ ଯବାନ ଆହତ ହୋଇଥିବା ସୂଚନା ମିଳିଛି । ସିଆରପିଏଫ୍‌ର ଦୁଇଟି ଗାଡିକୁ ଆତଙ୍କବାଦୀମାନେ ଲକ୍ଷ୍ୟ କରି ଆକ୍ରମଣ କରିଥିଲେ । ଆକ୍ରମଣ ଏତେ ଶକ୍ତିଶାଳୀ ଥିଲା ଗୋଟିଏ ବସ୍‌ ସମ୍ପର୍ଣ୍ଣ ଭାବେ ଖଣ୍ଡ ବିଖଣ୍ଡ ହୋଇଯାଇଥିଲା । ଆତଙ୍କବାଦୀମାନେ ବିସ୍ପୋରଣରେ ଭର୍ତ୍ତି କାର୍‌କୁ ସିଆର୍‌ପିଏଫ୍‌ର ବସ୍‌ ସହିତ ଧକ୍କା କରିଥିବ ପ୍ରାଥମିକ ସୂଚନା ମିଳିଛି ।

ସିଆର୍‌ପିଏଫ୍‌ର ୭୦ଟି ଗାଡି ଯାଉଥିବା ସମୟରେ ଏହି ଆକ୍ରମଣ ହୋଇଥିଲା । ଏଥିରେ ୨୫ଶହ ଯବାନ ଯାଉଥିଲେ । ୨ ଟି ଗାଡିକୁ ଆତଙ୍କବାଦୀ ଟାର୍ଗେଟ କରିଥିଲେ । ଜାମ୍ମୁରୁ ଶ୍ରୀନଗରକୁ ଏହି ଯବାନ୍‌ମାନେ ଯାଉଥିଲେ । ଜୈସ୍‌ ଆତଙ୍କବାଦୀ ସଙ୍ଗଠନ ଆକ୍ରମଣ ପାଇଁ ନିଜକୁ ଦାୟୀ କରିବା ସହ ଜଣେ ସ୍ଥାନୀୟ ଯୁବକ ଏହି ଆତ୍ମଘାତୀ ଆକ୍ରମଣ କରିଥିବା ସୂଚନା ଦେଇଛି । ଏହି ଆକ୍ରମଣକୁ ସମସ୍ତ ରାଜନୈତିକ ଦଳ ନିନ୍ଦା କରିଛନ୍ତି । ଏହା ଏକ ଭୀରୁତାପୂର୍ଣ୍ଣ ଆକ୍ରମଣ ବୋଲି କଂଗ୍ରେସର ମୁଖପାତ୍ର ରଣଦୀପ ସୁରେଜଓ୍ୱାଲ କହିଛନ୍ତି । ଜମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାସନାଲ କନଫରେନସ୍‌ର ନେତା ଓମର ଅବଦୁଲା ଏହାକୁ ୨୦୦୪ ପୂର୍ବରୁ ଚାଲିଥିବା ଆତଙ୍କବାଦୀର କଳା ଦିନ ସହ ତୁଳନା କରିଛନ୍ତି । ଆକ୍ରମଣରେ ଆହତ ହୋଇଥିବା ଯବାନମାନେ ଶୀଘ୍ର ସୁସ୍ଥ ହେବା ପାଇଁ ସେ ପ୍ରାର୍ଥନା କରିଛନ୍ତି । ପିଡିପି ନେତ୍ରୀ ତଥା ଜାମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହେବୁବା ମୁଫ୍‌ତି ଏହି ଆକ୍ରମଣକୁ ନିନ୍ଦା କରିଛନ୍ତି ।

error: Thank You Keep Visiting