କୌଣସି ପରିସ୍ଥିତିରେ ବି ଆତଙ୍କବାଦୀଙ୍କୁ ଛଡ଼ାଯିବ ନାହିଁ : ମୋଦୀ

Straight to the Point

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରରେ ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଜେଇଏମ୍‌ ଦ୍ବାରା ହୋଇଥିବା ଆକ୍ରମଣ ଯୋଗୁ 42 ଯବାନ ଶହୀଦ ହେବା ଘଟଣାକୁ ବିଶ୍ଵବ୍ୟାପୀ ନିନ୍ଦା କରାଯାଇଛି। ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ୍‌ ଏହାର ଦୃଢ଼ ନିନ୍ଦା କରିଛନ୍ତି। ଅନ୍ୟପଟେ ଏହି ଘଟଣା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆତଙ୍କବାଦୀଙ୍କୁ କଡ଼ା ଚେତାବନୀ ଦେଇଛନ୍ତି। ପ୍ରଧାମନ୍ତ୍ରୀ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ଶହୀଦଙ୍କ ପରିବାରକୁ ମୁଁ ସମବେଦନା ଜଣାଉଛି। ଆତଙ୍କବାଦୀମାନେ ବହୁତ ବଡ଼ ଭୁଲ କରିଦେଇଛନ୍ତି। କୌଣସି ପରିସ୍ଥିତିରେ ବି ସେମାନଙ୍କୁ ଛଡ଼ାଯିବ ନାହିଁ। ଆତଙ୍କବାଦ ଶେଷ କରିବାକୁ ଦୃଢ଼ ପଦକ୍ଷେପ ନିଆଯିବ। ଦୋଷୀଙ୍କୁ ବହୁମୂଲ୍ୟ ଦେବାକୁ ପଡ଼ିବ। ସାରା ଦେଶ ଏବେ ଏକାଠି ହୋଇ ମୁକାବିଲା କରୁଛି। ସେମାନଙ୍କୁ ନିଶ୍ଚୟ ଦଣ୍ଡ ମିଳିବ ବୋଲି ସେ ଦେଶବାସୀଙ୍କୁ ଆଶ୍ଵସନା ଦେଇଛନ୍ତି।

error: Thank You Keep Visiting