ଜେଟଲୀ ସୁସ୍ଥ ହୋଇ ଆସିବା ପରେ ପୁଣି ତାଙ୍କ ହାତକୁ ଫେରିଲା ପୁରୁଣା ମନ୍ତ୍ରଣାଳୟ

Straight to the Point

ନୂଆଦିଲ୍ଲୀ: ବରିଷ୍ଠ ବିଜେପି ନେତା ଅରୁଣ ଜେଟଲୀଙ୍କ ନିକଟକୁ ପୁଣି ଫେରିଛି ଅର୍ଥ ଏବଂ କର୍ପୋରେଟ ବ୍ୟାପାର ମନ୍ତ୍ରଣାଳୟ। ଜେଟଲୀଙ୍କ ଅସୁସ୍ଥତା ଯୋଗୁ ରେଳ ମନ୍ତ୍ରୀ ପୀୟୁଷ ଗୋୟଲଙ୍କୁ ଉକ୍ତ ଦୁଇଟି ମନ୍ତ୍ରଣାଳୟର ଅତିରିକ୍ତ ଦାୟିତ୍ଵ ଦିଆଯାଇଥିଲା। ବର୍ତ୍ତମାନ ଜେଟଲୀ ସୁସ୍ଥ ହୋଇ ଆସିବା ପରେ ପୁଣି ତାଙ୍କୁ ଦାୟିତ୍ଵ ଅର୍ପଣ କରାଯିବା ଲାଗି ପ୍ରଧାନମନ୍ତ୍ରୀଙ୍କ ପକ୍ଷରୁ ରାଷ୍ଟ୍ରପତିଙ୍କୁ ପରାମର୍ଶ ଦିଆଯାଇଥିଲା। ଏହାପରେ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ଉଭୟ ମନ୍ତ୍ରଣାଳୟର ଦାୟିତ୍ଵ ଜେଟଲୀଙ୍କୁ ପ୍ରଦାନ କରାଯିବା ଲାଗି ନିର୍ଦେଶ ଦିଆଯାଇଛି। ଏ ନେଇ ରାଷ୍ଟ୍ରପତି ଭବନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

error: Thank You Keep Visiting