ଆତଙ୍କବାଦ ବିରୁଦ୍ଧରେ ଭାରତର ପଦକ୍ଷେପକୁ ଆମେରିକାର ସମର୍ଥନ

Straight to the Point

ନୂଆଦିଲ୍ଲୀ: ସୀମାପାର ଆତଙ୍କବାଦ ବିରୁଦ୍ଧରେ ଭାରତର ପଦକ୍ଷେପକୁ ଆମେରିକାର ଜାତୀୟ ନିରାପତ୍ତା ଉପଦେଷ୍ଟା ଜନ ବୋଲଟନ ସମର୍ଥନ ଜଣାଇଛନ୍ତି। ଜାତୀୟ ନିରାପତ୍ତା ଉପଦେଷ୍ଟା ଅଜିତ ଡୋବାଲ ଆମେରିକା ଜାତୀୟ ନିରାପତ୍ତା ଉପଦେଷ୍ଟା ଜନ ବୋଲଟନଙ୍କ ସହ ଟେଲିଫୋନ୍‍ରେ କଥାବାର୍ତ୍ତା କରିଛନ୍ତି। ପୁଲୁୱାମା ସନ୍ତ୍ରାସବାଦୀ ଆକ୍ରମଣ ପାଇଁ ଯେଉଁମାନେ ଦାୟୀ ସେମାନଙ୍କୁ ଦଣ୍ଡିତ କରିବାକୁ ଶ୍ରୀ ବୋଲଟନ କହିଛନ୍ତି। ଆମେରିକାର ଏହି ସମର୍ଥନକୁ ଶ୍ରୀ ଡୋବାଲ ସ୍ୱାଗତ ଜଣାଇଛନ୍ତି। ପାକିସ୍ତାନରେ ଜୈସେ ମହମ୍ମଦ ଓ ଅନ୍ୟ ଆତଙ୍କବାଦୀ ସଂଗଠନଗୁଡ଼ିକ ଯେଭଳି ନିର୍ଭୟରେ ରହିଛନ୍ତି ତାହାର ଅବସାନ ଘଟାଇବାକୁ କାର୍ଯ୍ୟ କରିବାଲାଗି ଶ୍ରୀ ଡୋବାଲ ଓ ଶ୍ରୀ ବୋଲଟନ ସଂକଳ୍ପବଦ୍ଧ ହୋଇଛନ୍ତି।

error: Thank You Keep Visiting