ମୁକ୍ତ ହେବେ ୮୫୦ ଭାରତୀୟ ବନ୍ଦୀ

An Independent Media

ନୂଆଦିଲ୍ଲୀ: ସାଉଦି ଆରବର ବିଭିନ୍ନ ଜେଲରେ ବନ୍ଦୀ ଥିବା ୮୫୦ ଭାରତୀୟ ମୁକ୍ତ ହେବେ। ସାଉଦି ଆରବ ଯୁବରାଜ ମହମ୍ମଦ ବିନ ସଲମାନଙ୍କ ଭାରତ ଗସ୍ତ ପରେ ତାଙ୍କ ଦେଶରେ ଥିବା ଭାରତୀୟ ବନ୍ଦୀମାନଙ୍କୁ ମୁକ୍ତ କରିବାକୁ ସେ ନିର୍ଦେଶ ଦେଇଛନ୍ତି। ଭାରତୀୟ ବନ୍ଦୀମାନଙ୍କୁ ମୁକ୍ତ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ନିବେଦନ କରିଥିଲେ। ଏହାପରେ ସାଉଦି ଆରବ ଏ ଦିଗରେ ପଦକ୍ଷେପ ନେଇଥିବା ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ରବୀଶ କୁମାର କହିଛନ୍ତି। ଏହାବ୍ୟତୀତ ହଜ ତୀର୍ଥଯାତ୍ରୀଙ୍କ ପାଇଁ ରହିଥିବା କୋଟାକୁ ମଧ୍ୟ ସାଉଦି ଯୁବରାଜ ବୃଦ୍ଧି କରିଛନ୍ତି। ପୂର୍ବରୁ ଭାରତ ପାଇଁ କୋଟା ୧ ଲକ୍ଷ ୭୫ ହଜାର ଥିବା ବେଳେ ଏହାକୁ ୨ ଲକ୍ଷ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ସୂଚନାଯୋଗ୍ୟ, ସାଉଦି ଯୁବରାଜ ଏହା ପୂର୍ବରୁ ପାକିସ୍ତାନ ଗସ୍ତ କରିଥିବା ବେଳେ ସାଉଦି ଜେଲରେ ଥିବା ୨୦୦୦ ପାକିସ୍ତାନୀ ବନ୍ଦୀଙ୍କୁ ମୁକ୍ତ କରିବା ଲାଗି ଘୋଷଣା କରିଥିଲେ।

error: Thank You Keep Visiting