ମୋଦୀ : ଏହି ମାଟିର ରାଣ, ଦେଶର ମୁଣ୍ଡ ତଳକୁ ନଇଁବାକୁ ଦେବି ନାହିଁ

Straight to the Point

ଜୟପୁର : ପୁଲଓ୍ୱାମା ଆକ୍ରମଣ ପରେ ପାକିସ୍ତାନ ପ୍ରତି ସାରା ଦେଶରେ ଆକ୍ରୋଶର ଭାବ ସୃଷ୍ଟି ହୋଇଥିଲା । ୨୬ ତାରିଖରେ ଭାରତୀୟ ବାୟୁସେନା ପାକିସ୍ତାନ ଅଧିକୃତ କାଶ୍ମୀରରେ ଆତଙ୍କବାଦୀ ଆଡ୍ଡା ଉପରେ ବୋମା ବର୍ଷା କରିଥିବା ସୂଚନା ମିଲିଥିଲା । ଏହାପରେ ପୁଲଓ୍ୱାମାର ପ୍ରତିଶୋଧ ପୁରା, ଏହି ମାଟିର ରାଣ, ଦେଶର ମୁଣ୍ଡ ତଳକୁ ନଇଁବାକୁ ଦେବି ନାହିଁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାୟୁସେନାର ଆକ୍ରମଣ ପରେ ରାଜସ୍ଥାନର ଚୁରୁରେ ଏକ ଜନସମାବେଶକୁ ସମ୍ବୋଧିତ କରିଥିଲେ । ଏଥିରେ ସେ ଦେଶ ସୁରକ୍ଷିତ ଲୋକଙ୍କ ହାତରେ ଅଛି ବୋଲି ପ୍ରକାଶ କରିଛନ୍ତି । ବାୟୁସେନାର ଆକ୍ରମଣପରେ ମୋଦୀଙ୍କର ଏହା ପ୍ରଥମ ଜନସଭା । ଏହି ଜନସଭାରେ ପ୍ରଧାନମନ୍ତ୍ରୀ ମୋଦୀ ଦେଶଠାରୁ ତାଙ୍କ ପାଇଁ ଆଉ କିଛି ବଡ ନୁହେଁ ବୋଲି କହିଛନ୍ତି । ଏହି ଅବସରରେ ସେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କର ଏକ କବିତା ପାଠ କରିଥିଲେ ।

error: Thank You Keep Visiting