ଏୟାର୍ ସର୍ଜିକାଲ୍ ଷ୍ଟ୍ରାଇକ୍ : ମୋଦିଙ୍କୁ କଟାକ୍ଷ କଲେ ସ୍ୱରା ଭାସ୍କର

Straight to the Point

ନୂଆଦିଲ୍ଲୀ: ଅଭିନେତ୍ରୀ ସ୍ୱରା ଭାସ୍କର ସଦାବେଳେ ବିଜେପି ସରକାର ଓ ଭାରତୀୟ ଆର୍ମୀ ଉପରେ କଟାକ୍ଷ କରିଥାନ୍ତି । ଏଥର ବି ସେ ପିଏମ ମୋଦିଙ୍କୁ ଟ୍ରଲ୍ କରିବାକୁ ଚେଷ୍ଟା କରିଛନ୍ତି । ଭାସ୍କର ନିଜ ଟ୍ୱିଟ୍ର ଆକାଉ ରେ ଏକ ଲିଙ୍କ ସେୟାର କରିଛନ୍ତି । ୟୁଜର୍ସ ଲିଙ୍କ୍ଟିକୁ ଦେଖିବାପରେ ଖୁବ୍ ରାଗିଯାଇଛନ୍ତି । ଏୟାର ସର୍ଜିକାଲ ଷ୍ଟ୍ରାଇକ୍ ହୋଇଥିବା ରାତିରେ ପିଏମ୍ ମୋଦି ଶୋଇନଥିଲେ ବୋଲି ନ୍ୟୁଜ୍ ରିପୋଟ୍ ରୁ ଜଣାପଡିଛି ।

ପିଏମ୍ ମୋଦି କ୍ରମାଗତ ଭାବରେ ଅପରେସନ୍ କୁ ମନିଟରିଙ୍ଗ୍ କରୁଥିଲେ । ଏହି କଥାକୁ ସମାଲୋଚନା କରି ସ୍ୱରା ପୋଷ୍ଟ କରିଥିଲେ – ‘ଏହା ତ ଆପଣଙ୍କ କାମ । ୟା ପାଇଁ କଣ ଆପଣ ଅର୍ଥ ଚାହୁଁଛନ୍ତି ?’ କିଛି କ୍ଷଣ ମଧ୍ୟରେ କେ ୍ଟିକୁ ଡିଲେଟ୍ କରିଦେଇଥିଲେ ମଧ୍ୟ ଏହା କିଛି ୟୁଜର୍ସଙ୍କ ସାମ୍ନାରେ ପଡିଥିଲା । ୟୁଜର୍ସ ସ୍ୱରାଙ୍କୁ ଟ୍ରଲ୍ କରି କହିଛନ୍ତି – ‘ଆପଣ ଅଭିନୟ କରୁଥିବା ଫିଲ୍ମ ଆମେ ଦେଖିବାକୁୁ ପସନ୍ଦ କରୁ । ଏଥିପାଇଁ କଣ ଆମକୁ ମଧ୍ୟ ଅର୍ଥ ମିଳିବା ଉଚିତ୍ ?’ ପାକିସ୍ଥାନ୍ ର ପ୍ରଶଂସା କରିବା ଉଦ୍ଦେଶ୍ୟରେ ଲାହୋର, ଲଣ୍ଡନ, ପ୍ୟାରିସ୍, ନ୍ୟୁୟର୍କ ଠାରୁ ମଧ୍ୟ ପାକିସ୍ଥାନ ଏକ ଭଲ ଦେଶ ବୋଲି ସେଠାରେ ହୋଇଥିବା ଏକ ଇ ର୍ଭ୍ୟୁ ରେ ସ୍ୱରା ପ୍ରକାଶ କରିଛନ୍ତି ।

error: Thank You Keep Visiting