ପାକ୍ ଉପରେ କଡା ନଜର ରଖିଛି ଇସ୍ରୋର ସାଟେଲାଇଟ୍

Straight to the Point

ନୂଆଦିଲ୍ଲୀ : ପୁଲୱାମା ଆତଙ୍କ ଘଟଣା ପରେ ଭାରତ ଏବଂ ପାକିସ୍ଥାନ ମଧ୍ୟରେ କ୍ରମାଗତ ଭାବରେ ଯୁଦ୍ଧର ଅବସ୍ଥା ଲାଗିରହିଛି । ପୁଲୱାମା ଆତଙ୍କ ର ପ୍ରତିଶୋଧ ପାଇଁ ଭାରତ ଦ୍ୱିତୀୟ ସର୍ଜିକାଲ ଷ୍ଟ୍ରାଇକ୍ କରିଛି । ଠିକ୍ ଏହାର ପରଦିନ ହିଁ ପାକିସ୍ଥାନ ଫାଇଟର୍ ପ୍ଲେନ୍ ଦ୍ୱାରା ଭାରତ ର ସୀମା କୁ ହମ୍ଲା କରିବାକୁ ବୃଥା ପ୍ରୟାସ କରିଥିଲା । ଏପରି ସ୍ଥିତି ଯଦି ଯୁଦ୍ଧ ର ରୂପ ନେବ , ଭାରତୀୟ ସେନାଙ୍କ ସଂଖ୍ୟାବଳ, ମିସାଇଲ ପ୍ରଣାଳୀ ଏବଂ ଆଧୁନିକ ଅସ୍ତ୍ରଶସ୍ତ୍ର ଥିଲେ ମଧ୍ୟ ତିନି ସେନା ଙ୍କୁ ଏହା ଭାରିପଡିପାରେ ।

ତେଣୁ ଭାରତୀୟ ସେନାକୁ ଅଧିକ ଶକ୍ତିଶାଳୀ କରିବାକୁ ଇସ୍ରୋ ର ଭୂମିକା ରହିଛି । ଇସ୍ରୋ ସାଟେଲାଇଟ୍ ମାଧ୍ୟମରେ ପାକିସ୍ଥାନ ଉପରେ କଡା ନଜର ରଖିବ । ଅନ୍ତରୀକ୍ଷ ରୁ ଇସ୍ରୋ ସାଟେଲାଇଟ୍ ପାକିସ୍ଥାନ ର ୮୫ ପ୍ରତିଶତରୁ ଅଧିକ ସ୍ଥାନ ଉପରେ ନଜର ରଖିବାରେ ସକ୍ଷମ ହେବ ବୋଲି ଜଣାପଡିଛି । ଏହି ସାଟେଲାଇଟ୍ ପାକିସ୍ଥାନୀ ସେନାଙ୍କ ଗତିବିଧି ଉପରେ ମଧ୍ୟ ନଜର ରଖିବ । ଭାରତୀୟ ବାୟୁସେନା ଇସ୍ରୋ ର କ୍ଷମତା କୁ ନେଇ ସନ୍ତୁଷ୍ଟ ଅଛି । ପଡୋଶୀଦେଶ ଉପରେ ନଜର ରଖିବାକୁ ଆହୁରି ସାଟେଲାଇଟ୍ ର ଆବଶ୍ୟକତା ରହିଛି ବୋଲି ବାୟୁସେନା ର ବରିଷ୍ଠ ଅଧିକାରୀ କହିଛନ୍ତି ।

ଇସ୍ରୋ ଏହାର ୭୦ ପ୍ରତିଶତ ଆବଶ୍ୟକତାକୁ ପୂରଣ କରିଛି, ଯାହାକି ସନ୍ତୋଷଜନକ ବିଷୟ ଅଟେ । ସାଟେଲାଇଟ୍ ଯୋଗୁଁ ଭାରତ ବ ର୍ମାନ ୫୫ଲକ୍ଷ ବର୍ଗକିଲୋମିଟର ସ୍ଥାନ ଉପରେ ନଜର ରଖିପାରିବ । ଭାରତୀୟ ସେନାଙ୍କୁ ସହଯୋଗ କରୁଥିବା ପ୍ରମୁଖ ସାଟେଲାଇଟ୍ ଟି କାର୍ଟୋସେଟ୍ ସିରିଜ୍ ସାଟେଲାଇଟ୍ ରେ ନିର୍ମିତ ହୋଇଛି । ଏଥି ମଧ୍ୟ ରୁ ଜିସେଟ୍-୭, ଜିସେଟ୍- ୭ଏ , ଭାରତୀୟ କ୍ଷେତ୍ରୀୟ ନେୱିଗେସନ୍ ଉପଗ୍ରହ ପ୍ରଣାଳୀ ତାରାମଣ୍ଡଳ ରେ ଲ ୍ ହୋଇଛି । ୨୦୧୬ ମସିହା ସେପ୍ଟେମ୍ବର ମାସରେ ଏହି ସାଟେଲାଇଟ ସାହାଯ୍ୟରେ ଭାରତ ପାକିସ୍ଥାନରେ ପ୍ରଥମ ସର୍ଜିକାଲ୍ ଷ୍ଟ୍ରାଇକ୍ କରିଥିଲା ବୋଲି ସୂଚିତ ହୋଇଛି ।