ଶାନ୍ତି ପ୍ରତିଷ୍ଠା ପାଇଁ ଓ୍ୱିଙ୍ଗକମାଣ୍ଡର ଅଭିନନ୍ଦନଙ୍କୁ ମୁକ୍ତ କରିବ ପାକିସ୍ତାନ : ଇମରାନ୍‌

Straight to the Point

ନୂଆଦିଲ୍ଲୀ : ଶୁକ୍ରବାରରେ ଓ୍ୱିଙ୍ଗକମାଣ୍ଡର ଅଭିନନ୍ଦନଙ୍କୁ ପାକିସ୍ତାନ ମୁକ୍ତ କରିବ ବୋଲି ସୂଚନା ଦେଇଛି । ପାକିସ୍ତାନର ସସଂଦର ମିଳିତ ଅଧିବେଶନରେ ଉଦ୍‌ବୋଧନ ଦେବା ସମୟରେ ଇମରାନ୍‌ ଖାନ୍‌ ଏହି ସୂଚନା ଦେଇଛନ୍ତି । ଶାନ୍ତି ପ୍ରତିଷ୍ଠା ପାଇଁ ଏପରି ପଦକ୍ଷେପ ଗ୍ରହଣ କରାଯାଉଥିବା ସେ ସୂଚନା ଦେଇଛନ୍ତି । ମାତ୍ର ଆତଙ୍କବାଦୀ ହାଫିଜ୍‌ ସୟିଦକୁ ଲୁଚାଇବା ପାଇଁ ପାକିସ୍ତାନ ତରବରିଆ ଭାବେ ଏପରି ପଦକ୍ଷେପ ଗ୍ରହଣ କରୁଥିବା ଆଲୋଚନା ହେଉଛି । ଓ୍ୱାଘା ସୀମା ଦେଇ ସେ ଭାରତକୁ ଆସିବେ ବୋଲିସୂଚନା ମିଳିଛି । ଅନ୍ତର୍ଜାତୀୟ ରେଡ୍‌କ୍ରେସକୁ ପାକିସ୍ତାନ ପକ୍ଷରୁ ତାଙ୍କୁ ହସ୍ତାନ୍ତର କରାଯିବ। ତାଙ୍କ ସହ ଗ୍ରୁପ କ୍ୟାପଟେନ୍‌ ଜେଡି କ୍ୟୁରିଅନ୍‌ଙ୍କ ସହ ସେ ଆସିବେ ବୋଲି କହିଛନ୍ତି । ବୁଧବାରରେ ପାକିସ୍ତାନ ଯୁଦ୍ଧ ବିମାନକୁ ସୀମା ପାର କରାଇବା ସମୟରେ ଅଭିନନ୍ଦନଙ୍କ ମିଗ୍‌ ୨୧ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ସେ ପାରାଚ୍ୟୁଟ୍‌ ମାଧ୍ୟମରେ ପାକିସ୍ତାନ ଅଧିକୃତ କାଶ୍ମୀରରେ ଓହ୍ଲାଇଥିଲେ । ଏହାପରେ କିଛି ସ୍ଥାନୀୟ ଲୋକ ତାଙ୍କୁ ଘେରିଯାଇଥିଲେ । ପରେ ପାକିସ୍ତାନ ସେନା ଅଭିନନ୍ଦନଙ୍କୁ ତାଙ୍କ କବ୍‌ଜାକୁ ନେଇଥିଲେ । ପରେ ପାକିସ୍ତାନ ସେନା ପକ୍ଷରୁ ତାଙ୍କର ଭିଡିଓ ଜାରି କରାଯାଇଥିଲା ।