ଆତଙ୍କବାଦ ବିରୋଧୀ ଯୁଦ୍ଧ ପାଇଁ ମୋଦିଙ୍କୁ ସାହସ ଦେଲେ ପୁତିନ୍

Straight to the Point

ନୂଆଦିଲ୍ଲୀ : ପୁଲୱାମା ଆତଙ୍କ ପରଠାରୁ ଭାରତ ଏବଂ ପାକିସ୍ଥାନ ମଧ୍ୟରେ ବିବାଦ ଲାଗିରହିଛି । ଭାରତୀୟ ସେନାଙ୍କୁ ବାଲାକୋଟ ଆକ୍ରମଣ ରେ ବିଶେଷ ସଫଳତା ମିଳିଛି । ଏହି କାରଣ ଯୋଗୁଁ ପାକିସ୍ଥାନ ବ ର୍ମାନ ଉେ ଜିତ ଅଛି । କିନ୍ତୁ ଆନ୍ତର୍ଜାତୀୟ ରାଷ୍ଟ୍ରଗୁଡିକ କ୍ରମାଗତ ଭାବରେ ଭାରତକୁ ସମର୍ଥନ କରୁଛନ୍ତି । ବ ର୍ମାନ ଭାରତର ଅତ୍ୟନ୍ତ ଭରସାଯୋଗ୍ୟ ରାଷ୍ଟ୍ର ରୁଷ୍ ର ରାଷ୍ଟ୍ରପତି ବ୍ଲାଦିମିର୍ ପୁତିନ୍ ଗତ ଗୁରୁବାର ଦିନ ଫୋନ୍ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆତଙ୍କବାଦ ର ଆକ୍ରମଣ କୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ଏବଂ ଆତଙ୍କବାଦ ବିରୁଦ୍ଧରେ ଯୁଦ୍ଧ ପାଇଁ ସାହସ ଦେଇଛନ୍ତି । ନିଜ ଦେଶର ସୁରକ୍ଷା ପାଇଁ ନରେନ୍ଦ୍ର ମୋଦୀ ଦେଶର ସୀମାକୁ ଅତକ୍ରମ କରି ଆତଙ୍କବାଦୀ ଉପରେ ଆକ୍ରମଣ କରିବାକୁ ସ୍ଥିର କରିଥିଲେ । ମୋଦୀଙ୍କର ଏହି ନିଷ୍ପ ି କୁ ପୁତିନ୍ ଧନ୍ୟବାଦ ଜଣାଇ ସମର୍ଥନ କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚିତ ହୋଇଛି । ରୁଷ୍ ଭାରତକୁ ସମ୍ପୂର୍ଣ୍ଣରୁପେ ସମର୍ଥନ କରୁଛି ବୋଲି ସ୍ପଷ୍ଟ ପୁତିନ୍ ସ୍ପଷ୍ଟ କରିଛନ୍ତି ।

error: Thank You Keep Visiting