ସୀମାରେ ପାକ୍ ସେନା ପକ୍ଷରୁ ମୋର୍ଟାର ମାଡରେ ୨ଶିଶୁଙ୍କ ସମେତ ୩ମୃତ
ଜାମ୍ମୁ: ଭାରତୀୟ ବାୟୁସେନା ୱିଙ୍ଗ କମାଣ୍ଡରଙ୍କୁ ଭାରତକୁ ଫେରାଇ ପାକିସ୍ତାନ ଶାନ୍ତି ଚାହୁଁଛି ବୋଲି ମିଥ୍ୟା ପ୍ରଚାର କରୁଛି। ଏହାର ଏକ ଉଦାହରଣ ହେଉଛି ସୀମାନ୍ତରେ ଅସ୍ତ୍ରବିରତି ଉଲ୍ଲଂଘନ। ଅଭିନନ୍ଦନଙ୍କୁ ଭାରତକୁ ହସ୍ତାନ୍ତର କରିବାର କିଛି ଘଣ୍ଟା ମଧ୍ୟରେ ପାକ୍ ସେନା ନିୟନ୍ତ୍ରଣ ରେଖା(ଏଲଓସି)ରେ ଅସ୍ତ୍ରବିରତି ଉଲ୍ଲଂଘନ କରି ମୋର୍ଟାର ମାଡ଼ କରିଛି। ଏଥିରେ ଜଣେ ମହିଳା ଏବଂ ତାଙ୍କର ୨ ଶିଶୁଙ୍କ ମୃତ୍ୟୁ ଘଟିଛି। ମହିଳାଙ୍କ ସ୍ବାମୀ ଗୁରୁତର ଆହତ ହୋଇଛନ୍ତି।
ଶୁକ୍ରବାର ରାତି ପ୍ରାୟ ୧୦ଟା ୩୦ରେ ପୁଞ୍ଚ ଜିଲାର ଝୁଲାସ ଅଞ୍ଚଳରେ ପାକ୍ ସେନା ଏହି ମୋର୍ଟାର ମାଡ଼ କରିଥିଲା। ଝୁଲାସ ଗାଁର ଜଣେ ବ୍ୟକ୍ତିଙ୍କ ଘରେ ମୋର୍ଟାର ମାଡ଼ ହୋଇଥିଲା। ଫଳରେ ସେଠାରେ ବିସ୍ଫୋରଣ ଘଟି ରୁବିନା କୌସେର ଏବଂ ତାଙ୍କର ୨ ଶିଶୁ ଶବନମ(୪) ଓ ଶାଜିଆ(୩)ଙ୍କ ମୃତ୍ୟୁ ଘଟିଥିଲା। ରବିନାଙ୍କ ସ୍ବାମୀ ମହମ୍ମଦ ୟୁନିସ ଗୁରୁତର ଆହତ ହୋଇଥିଲେ।