ମୃତ୍ୟୁର ବେପାରୀ ତଥା କୁଖ୍ୟାତ ଆତଙ୍କବାଦୀ ମସୁଦ ଆଝାର ମୃତ!

Straight to the Point

ନୂଆଦିଲ୍ଲୀ : କୁଖ୍ୟାତ ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦର ମୁଖ୍ୟ ମସୁଦ ଆଝାରର ମୃତ୍ୟୁ ହୋଇଯାଇଥିବା ଖବର ମିଳିଛି। ପାକିସ୍ତାନ ଗଣମାଧ୍ୟମ ରିପୋର୍ଟ ଅନୁସାରେ ମୃତ୍ୟୁର ବେପାରୀ ତଥା ଆତଙ୍କବାଦୀ ମସୁଦ ଆଝାରର ମାର୍ଚ୍ଚ ୨ରେ ଇସଲାମାବାଦସ୍ଥିତ ସେନା ହସ୍ପିଟାଲରେ ମୃତ୍ୟୁ ହୋଇଯାଇଛି। ପାକିସ୍ତାନ ସରକାର ଏବଂ ସେନା ମସୁଦ ଆଝାର ମୃତ୍ୟୁ ଖବରକୁ ନେଇ କିଛି ସ୍ପଷ୍ଟୀକରଣ ଦେଇନାହାନ୍ତି। ପାକିସ୍ତାନର ଅନ୍ୟ କେତେକ ସଂସ୍ଥା ଓ ସୂତ୍ର ମସୁଦ ଆଝାର ମୃତ୍ୟୁ ଖବରକୁ ଖଣ୍ଡନ କରିଛନ୍ତି।

ସୂତ୍ର ଅନୁସାରେ ମସୁଦ ଆଝାର ଜୀବୀତ ଅଛି, ହେଲେ ସ୍ୱାସ୍ଥ୍ୟ ଅତ୍ୟନ୍ତ ଖରାପ ଅଛି। ବୃକକ୍‍ କର୍କଟରେ ପୀଡ଼ିତ ମସୁଦ ଆଝାର ପାକିସ୍ତାନ ସେନା ହସ୍ପିଟାଲରେ ଚିକିତ୍ସାଧୀନ ଅଛି। ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସ୍‍ଆଇ ମସୁଦର ସୁରକ୍ଷା ଦାୟିତ୍ୱ ନେଇଛି। ଜୈଶ-ଏ-ମହମ୍ମଦ ମସୁଦ ଆଝାର ମୃତ୍ୟୁ ନେଇ କୌଣସି କଥା କହିନାହିଁ। ଭାରତୀୟ ବାୟୁ ସେନା ପକ୍ଷରୁ ବାଲାକୋଟରେ ହୋଇଥିବା ସର୍ଜିକାଲ ଷ୍ଟ୍ରାଇକ୍‍ରେ ମସୁଦ ଆଝାରର ମୃତ୍ୟୁ ଘଟିଥାଇପାରେ ବୋଲି ସନ୍ଦେହ କରାଯାଉଛି। ସାମାଜିକ ଗଣମାଧ୍ୟମ ଫେସ୍‍ବୁକ୍‍, ଇନଷ୍ଟ୍ରାଗାମ ଓ ଟ୍ୱିଟ୍‍ରରେ ମସୁଦ ଆଝାରର ମୃତ୍ୟୁ ଘଟିଥିବା ପ୍ରଚାର ହେଉଛି।

error: Thank You Keep Visiting