ଆତଙ୍କୀ ମାସୁଦର ମୃତ୍ୟୁ କେତେ ସତ କେତେ ମିଛ

Straight to the Point

(ଓଡ଼ିଶା ଜର୍ଣ୍ଣାଲ): ଗତ ଫେବ୍ରୁଆରୀ ୧୪ ତାରିଖରେ କାଶ୍ମୀର ପୁଲୱାମାରେ ହୋଇଥିବା ଆତ୍ମଘାତୀ ଆକ୍ରମରରେ ସିଆରପିଏଫର ୪୦ ଜଣ ଯବାନ ସହିଦ ହୋଇଥିଲେ । ଏହି ଆକ୍ରମଣ ପଛରେ ପାକ୍ ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦର ହାତ ଥିବା ଜଣାପଡିଥିଲା । ଏପରିକି ଆତଙ୍କୀ ସଂଗଠନ ମୁଖ୍ୟ ମସୁଦ ଆଝାର ଏହି ଆକ୍ରମଣ ପଛରେ ତାର ହାତଥିବା ସ୍ପଷ୍ଟ କରିଥିଲା । ଏହି ଘଟଣା ପରେ ଭାରତ ପକ୍ଷରୁ ଏୟାରଷ୍ଟ୍ରାଇକ କରାଯାଇଥିଲା । ପିଓକେରେ ଥିବା ଜୈଶର କ୍ୟାମ୍ପ ଉପରେ ଭାରତର ବାୟୁସେନ୍ା ଆକ୍ରମଣ କରିଥିଲା । ଏଥିରେ ୩୦୦ ଶହରୁ ଅଧିକ ଆତଙ୍କବାଦୀ ନିହତ ହୋଇଥିଲେ । ଏହି ସମୟରେ ସମ୍ପୃକ୍ତ ଆତଙ୍କୀ ସଂଗଠନର ମୁଖ୍ୟ କୁହାଯାଉଥିବା ମାସୁଦ ଅସୁସ୍ଥ ହୋଇ ପାକିସ୍ତାନର ହସ୍ତପିଟାଲରେ ଚିକିତ୍ସିତ ହେଉଥିଲା । ସେ ଯକୃତ ରୋଗରେ ପୀଡିତ ଥିଲା ।

ହଠାତ୍ ରବିବାର ବିଭିନ୍ନ୍ ଗଣମାଧ୍ୟମ ମାସୁଦର ମୃତ୍ୟୁ ଖବର ପ୍ରଚାରିତ କରିଥିଲେ । ଏହି ଖବର ପରେ ଯଦିଓ ପାକିସ୍ତାନ୍ ଚୁପ୍ ହୋଇଥିଲା । ହେଲେ ପରେ ସେଠାକାର ବିଭିନ୍ନ ବ୍ୟକ୍ତି ବିଶେଷ ଏହି ଖବରକୁ ଖଣ୍ଡନ କରିବାକୁ ଲାଗିଲେ । ଏପରିକି ପାକ୍ର ସୂଚନା ପ୍ରସାରଣ ମନ୍ତ୍ରୀ ଏହି ଖବରକମୁ ଖଣ୍ଡନ କରିବା ସହିତ କହିଥିଲେ ଯେ, ମାସୁଦ ଅସୁସ୍ଥ ଅଛି ଓ ମେଡିକାଲରେ ଚିକିତ୍ସିତ ହେଉଛି । ଏନେଇ ସେ ମାସୁଦର ପରିବାର ସହିତ ଆଲୋଚନା କରିଛନ୍ତି । ହେଲେ ଭାରତ ଏହି ଖବରକୁ ସହଜରେ ଗ୍ରହଣ କରି ନାହିଁ । ମାସୁଦ ମୃତ୍ୟୁର ସତ୍ୟାସତ୍ୟ ଜାଣିବା ପାଇଁ ଭାରତୀୟ ଗୁଇନ୍ଦା ଏଜେନ୍ସି ଯାଞ୍ଚରେ ଲାଗିପଡିଛି । ପ୍ରକୃତରେ କହିବାକୁ ଗଲେ ପାକ୍ କୋଠପୁୃ କରି ରଖିଥିବା ଏପରି ମୋଷ୍ଟ ୍ୱାଣ୍ଟେଡ ଆତଙ୍କୀଙ୍କୁ ସର୍ବଦା ସହଯୋଗ ଦେସଇ ଆସିଛି । ସେତ ଏକଥାକୁ ଲୁଚାଇବା ସ୍ୱାଭାବିକ । ତେବେ ଭାରତୀୟ ଗୁଇନ୍ଦା ବିଭାଗର ଯାଞ୍ଚ ପରେ ପ୍ରକୃତ ସତ୍ୟ ପଦାକୁ ଆସିବ ।

error: Thank You Keep Visiting