ଆମେରିକର ଭାରତକୁ ଝଟକା, ବନ୍ଦ କରିବ ବ୍ୟବସାୟିକ କୋହଳ

Straight to the Point

(ଓଡ଼ିଶା ଜର୍ଣ୍ଣାଲ) : ଆମେରିକାର ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ସଦ୍ୟ ଯେଉଁ ନିଷ୍ପତ୍ତି ନେଉଛନ୍ତି, ତାହା ଦ୍ୱାରା ଭାରତକୁ ବଡଧରଣର ଝଟକା ଲାଗିବା ଏକ ପ୍ରକାର ନିଶ୍ଚିତ ହୋଇଯାଇଛି । ମଙ୍ଗଳବାର ଟ୍ରମ୍ପ ଆମେରିକା କଂଗ୍ରେସ ସହ ଆଲୋଚନା କରିବା ସହିତ ଭାରତ ସହ ଜେନେରାଲଇଜଡ ସିଷ୍ଟମ ଅଫ ପ୍ରିଫରେନ୍ସ ( ଜିଏସପି ) କୁ ବନ୍ଦ କରିବାକୁ କହିଛନ୍ତି । ଏହାଦ୍ୱାରା ଭାରତକୁ ବ୍ୟବସାୟିକ କ୍ଷେତ୍ରରେ ଝଟକା ଲାଗିବ । ସେ ଆମେରିକା ସଂସଦ ବାଚସ୍ପତିଙ୍କୁ ଚିଠି ଲେଖି ଜଣାଇଛନ୍ତି ଯେ, ଆମେରିକାର ଭାରତକୁ ଋଣ ମୁକ୍ତ ଦେଶର ମାନ୍ୟତା ଶେଷ କରୁ ।

ଆମେରିକାର ଏହି ନିଷ୍ପତ୍ତି ପରେ ଭାରତରୁ ସେଠାକୁ ରପ୍ତାନୀ ହେଉଥିବା ସାମଗ୍ରୀ ଉପରେ ଏଣିକି ଟିକସ ଲାଗିବ । ଏହାଦ୍ୱାରା ଭାରତୀୟ କମ୍ପାନୀ ଗୁଡିକ ଉପରେ ପ୍ରଭାବ ପଡିବ ବୋଲି ଆଶଙ୍କା ଦୃଢିଭୂତ ହେବାରେ ଲାଗିଛି । ଏହା ପୂର୍ବରୁ ଶନିବାର ଟ୍ରମ୍ପ ଭାରତକୁ ଉଚ୍ଚ ଦର ଶୁଲ୍କ ଲଗାଉଥିବା ଦେଶ କହିଥିଲେ । ଏପରିକି ଆମେରିକା ରାଷ୍ଟ୍ରପତି କହିଛନ୍ତି ଆମେରିକାକୁ ଆସୁଥିବ ସାମଗ୍ରୀ ଉପରେ ସମାନ ବା ତାହାଠାରୁ କମ ଶୁଲ୍କ ଲାଗିବା ଦରକାର । କିଛି ମାସରୁ ଆମେରିକା ଓ ଚୀନ ମଧ୍ୟରେ ଲାଗିଥିବା ଟ୍ରେଡୱାର ନରମ ପଡିବା ମଧ୍ୟରେ ସେ ଭାରତକୁ ଅଧିକ ଶୁଳ୍କ ନେଉଥିବା ଦେଶ କହିଛନ୍ତି ।

ଭାରତ ସହିତ ଆମେରିକା ପୂର୍ବରୁ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲା । ସେ ହେର୍ଲି- ଡେଭିଡସନର ଉଦାହାଣ ଦେଇ କହିଛନ୍ତି, ଭାରତକୁ ଆମେ ମୋଟରସାଇକଲ ପଠାଇବା ବେଳେ ସେମାନେ ୧୦୦ ପ୍ରତିଶତ ଟିକସ ଲଗାଉଛନ୍ତି, ହେଲେ ଆମେ ତାଙ୍କର ମୋଟରସାଇକଲ ଉପରେ କୌଣସି ଟିକସ ଲଗାଉ ନାହୁଁ, ତେଣୁ ଟ୍ରମ୍ପ କହିଛନ୍ତି ଆମେ ଭାରତ ସହିତ ଟିକସ ସମାନ କରିବା ପାଇଁ ଆଲୋଚନା କରିବୁ ନଚେତ ଅଧିକ ଶୁଳ୍କ ଲଗାଇବୁ ।

error: Thank You Keep Visiting