ସୈନ୍ୟ ମଲେ ସୈନିକ ମାରିଲେ, ବିବାଦ କାହିଁକି

Straight to the Point

(ଓଡ଼ିଶା ଜର୍ଣ୍ଣାଲ) :ଗତମାସ ୧୪ ତରିଖରେ ଜମ୍ମୁ-କାଶ୍ମୀରର ପୁଶୱାମାଠାରେ ହୋଇଥିବା ଆତ୍ମଘାତୀ ଆକ୍ରମରରେ ଭାରତର ୪୦ଜଣ ସିଆପିଏଫ ସୈନିକ ସହିଦ ହୋଇଥିଲେ । ପରବ ର୍ୀ ସମୟରେ ଭାରତ ଏହାର ପ୍ରତିଶୋଧ ନେଲା । ଫଳସ୍ୱରୂପ ଭାରତୀୟ ବୁୟୁସେନା ପାକ୍ ଅଧିକୃତ କାଶ୍ମୀରର ବାଲାକୋଟରେ ଆକ୍ରମଣ କରି ଜୈଶ-ଏ-ମହମ୍ମଦ ଆତଙ୍କୀ ଆଡ୍ଡା ଧ୍ୱଂସ କରିଥିଲେ । ଏହି ଆକ୍ରମଣରେ ଜୈଶର ୨୫୦ରୁୂ ଅଧିକ ଆତଙ୍କବାଦୀ ପ୍ରାଣହରାଇଥିବା କୁହାଯାଉଛି ।ତେବେ କଥା ହେଲା ଯଦି ଆତଙ୍କୀକୁ ଭାରତୀୟ ସୈନ୍ୟ ଉଚିତ ଜବାବ ଦେଲେ, ଏଥିରେ ଦ୍ୱନ୍ଦ୍ୱ କ’ଣ ପାଇଁ । ସରକାରଙ୍କ ପକ୍ଷରୁ ମୃତ ଆତଙ୍କୀଙ୍କ ସଂଖ୍ୟା ଜରି କରାଗଲା ପରେ ବିରୋଧିଙ୍କ ଦେହରେ ଏହି କଥା ହଜମ ହେଲା ନାହିଁ ।

ସେମାନେ ଏହାର ହିସାବ ମାଗିବା ଆରମ୍ଭ କରିଦେଲେ । ପ୍ରକୃତ କଥା ବିରୋଧି ଏହି ହିସାବ କାହାକୁ ମାଗିଛନ୍ତି ? ସରକାରଙ୍କୁ ନା ଆମ ଦେଶ ପାଇଁ ନିଜ ଜୀବନକୁ ବଳି ଦେଉଥିବା ବୀର ସୈନିକଙ୍କ୍ୁ । ଏହା ଏକ ଲଜ୍ଜାର କଥା ଯେ, ଯେଉଁମାନଙ୍କ ପାଇଁ ଆମେ ରାତିରେ ଆରାମରେ ଶୋଇ ପାରୁଛେ, ସେମାନଙ୍କ କାର୍ଯ୍ୟଦକ୍ଷତାକୁ ନେଇ ପ୍ରଶ୍ନ ଛିଡା କରିବା କେତେଦୂର ସମଚୀନ । ପ୍ରକୃତରେ ଆମେ ଆମର ମାନବିକତା ହରାଇ ସାରିଲେଣି । ନଚେତ ତୁଛ ରାଜନୀତି କରି ନଥାନ୍ତେ । କାରଣ ସୈନ୍ୟ କେତେ ଆତଙ୍କକୁ ମାରିଲେ ସେଥିରେ ତ ଆମେ ଆତ୍ମ ସନ୍ତୋଷ କରିବା କଥା । ହେଲେ ରାଜନୀତି ଫାଇଦା ପାଇଁ ଆମେ ଆମକୁ ତଳକୁ କାହିଁକି ଖସାଉଛେ । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା କହିଲେ ଆମ ସୈନ୍ୟ ବାଳାକୋଟରେ ୨୫୦ ଆତଙ୍କୀକୁ ମାରିଛନ୍ତି । ସଙ୍ଗେ ସଙ୍ଗେ ବିରୋଧି ଏହାର ହିସାବ ମାଗିବ ଆରମ୍ଭ କରିଦେଲେ ।

ଏପରିସ୍ଥିତିରେ ଗୃହମନ୍ତ୍ରୀ ଉ ର ଦେବାକୁ ଯାଇ କହିଛନ୍ତି, ଗୁଇନ୍ଦା ବିଭାଗ ଏହାର ଯା କରୁଛି । ରିପୋର୍ଟ ଆସିବା ପରେ ସତ୍ୟାସତ୍ୟ ଜଣା ପଡିବ । ଅନ୍ୟପକ୍ଷରେ ଏହି ପ୍ରସଙ୍ଗ ଉପରେ ବୈଦେଶିକ ରାଷ୍ଟ୍ରମନ୍ତ୍ରୀ ଭି.କେ.ସିଂହ କହିଛନ୍ତି, ଆତଙ୍କୀ ଶିବିରରେ ପାଖାପାଖି ୨୫୦ ଆତଙ୍କୀ ଥାଇପାରନ୍ତି, ତେଣୁ ଏହା ଏକ ଆନୁମାନିକ ହିସାବ । ଏଥିରେ ରାଜନୀତି କରିବା କେତେଦୂର ଠିକ୍ । ସେହିପରି ଦୁଃଖ ସେମାନଙ୍କୁ ହୋଇଛି, ଯେଉଁମାନଙ୍କ ପୁଅ, ସ୍ୱାମୀ, ବାପା, ଭାଇ ସହିଦ ହୋଇଛନ୍ତି । ଏଭଳି ସମୟରେ ଆମେ ତାଙ୍କ ସହିତ ଠିଆ ହେବା ନା ଆଗକୁ ସାଧାରଣ ନିର୍ବାଚନ ରହିଥିବାରୁ ଏହାକୁ ଏକ ପ୍ରସଙ୍ଗ କରି ନିଜର ଉଲୁୁ ସିଧା କରିବା । ଏହି ଭଳି ଘଟଣା ପାଇଁ ଆମକୁ ଥରେ ଲଜ୍ଜା ଲାଗିବା ଦରକାର ଥିଲା । ସତରେ ଆମେ ପାକିସ୍ତାନଠାରୁ ବେସରମ ହୋଇ ଗଲୁଣୁ । ଯେତେବେଳେ ଏହି ଘଟଣାକୁ ସାରା ବିଶ୍ୱ ପ୍ରଶଂସା କଲା, ସେତେବେଳେ ଆମେ କ’ଣ କଲେ ।

error: Thank You Keep Visiting