ମହିଳାଙ୍କ ପାଇଁ ଭାରତ ବିଶ୍ୱର ସବୁଠାରୁ ଅସୁରକ୍ଷିତ ରାଷ୍ଟ୍ର

Straight to the Point

ଥମ୍‍ସନ୍‍ ରଏଟର ଫାଉଣ୍ଡେସନ ଆନୁକୂଲ୍ୟରେ ଆନ୍ତର୍ଜାତିକ ବିଶେଷଜ୍ଞଙ୍କ ଦ୍ୱାରା ବିଶ୍ୱବ୍ୟାପୀ ସର୍ବେକ୍ଷଣ ଆଧାରରେ ପ୍ରସ୍ତୁତ ରିପୋର୍ଟରେ ଭାରତକୁ ଏହି ଲଜ୍ଜାଜନକ ସ୍ଥାନ ମିଳିଛି। ଦେଶରେ ବଢ଼ି ଚାଲିଥିବା ବଳାତ୍କାର ଓ ଗୋତି ଶ୍ରମିକ ସଂଖ୍ୟା ଆଧାରରେ ଭାରତକୁ ତାଲିକାର ପ୍ରଥମ ସ୍ଥାନ ମିଳିଥିବା ରିପୋର୍ଟରେ ଉଲ୍ଲେଖ ରହିଛି। ଏପରିକି ଯୁଦ୍ଧବିଧ୍ୱସ୍ତ ଓ ଅଶାନ୍ତ ଆଫ୍‍ଗାନିସ୍ତାନ, ସିରିଆ, ସାଉଦି ଆରବ ଓ ସୋମାଲିଆ ପରି ରାଷ୍ଟ୍ର ଭାରତଠାରୁ ଭଲ ସ୍ଥାନରେ ରହିଛନ୍ତି। ତାଲିକାରେ ଆଫ୍‍ଗାନିସ୍ତାନ ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ସିରିଆ ଓ ଆମେରିକାର ଯୁଗ୍ମ ଭାବରେ ତୃତୀୟ ସ୍ଥାନରେ ରହିଛନ୍ତି। ସୋମାଲିଆ ଚତୁର୍ଥ ସ୍ଥାନରେ ଥିବା ବେଳେ ସାଉଦି ଆରବ ପଞ୍ଚମ ସ୍ଥାନରେ ରହିଛି।
ଉକ୍ତ ରିପୋର୍ଟରେ ଉଲ୍ଲେଖ ଅଛି ଯେ ଭାରତରେ ମହିଳାମାନେ ସର୍ବାଧିକ ବଳାତ୍କାର, ଅସଦାଚରଣ, ଶାରୀରିକ ଓ ମାନସିକ ନିର୍ଯାତନା, ବାଲ୍ୟ ବିବାହ, ଘରଚାକର ଓ ଚାଲାଣର ଶିକାର ହେଉଛନ୍ତି। ସରକାରୀ ତଥ୍ୟ ଅନୁଯାୟୀ, ଭାରତରେ ୨୦୦୭ରୁ ୨୦୧୬ ମଧ୍ୟରେ ମହିଳା ବିରୋଧୀ ହିଂସା ୮୩% ବୃଦ୍ଧି ଘଟିଛି। ପ୍ରତି ଘଣ୍ଟାରେ ୪ ଜଣ ମହିଳା ବଳାତ୍କାରର ଶିକାର ହେଉଥିବା ସରକାରୀ ରିପୋର୍ଟରେ ଉଲ୍ଲେଖ ରହିଛି। ବିଶ୍ୱର ସର୍ବବୃହତ୍‍ ଅର୍ଥନୈତିକ ଅଭିବୃଦ୍ଧିଶୀଳ ଓ ସୂଚନାପ୍ରଯୁକ୍ତି ବିଦ୍ୟାରେ ଅଗ୍ରଣୀ ରାଷ୍ଟ୍ରର ମାନ୍ୟତା ପାଇଥିବା ଭାରତ ପାଇଁ ଏଭଳି ହିଂସା ସ୍ପୃହଣୀୟ ନୁହେଁ ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି। ଏହି ରିପୋର୍ଟ ଉପରେ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରାଳୟ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଦେଇଛି।

error: Thank You Keep Visiting