ଏକ ନିର୍ବାଚନୀ ର‌୍ୟାଲିରେ ବିଜେପିକୁ କଟାକ୍ଷ କଲେ ପ୍ରିୟଙ୍କା ଗାନ୍ଧି ଭଦ୍ରା

Straight to the Point

ଗୁଜୁରାଟ : କଂଗ୍ରେସର ପୂର୍ବ ଉତ୍ତରପ୍ରଦେଶ ପ୍ରଭାରୀ ଏବଂ ସାଧାରଣ ସମ୍ପାଦକ ପଦ ଭାର ଗ୍ରହଣ କରିବା ପରେ ମଙ୍ଗଳବାର ଗୁଜୁରାଟଠାରେ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ନିଜର ପ୍ରଥମ ନିର୍ବାଚନ ର‍୍ୟାଲିକୁ ସମ୍ବୋଧନ କରିଛନ୍ତି। ୧୦ ମିନିଟର ନିଜ ମାପଚୁପ ଅଭିଭାଷଣରେ ପ୍ରିୟଙ୍କା ଜାତିର ପିତା ମହାତ୍ମା ଗାନ୍ଧୀ, ପ୍ରେମ ଏବଂ ଅହିଂସା କଥା କହିବା ସହ ଶାସକ ବିଜେପି ଦଳକୁ ସମାଲୋଚନା କରିଛନ୍ତି। ନିଜ ଅଭିଭାଷଣରେ ପ୍ରିୟଙ୍କା କହିଥିଲେ ଯେ ଦେଶ ଆପଣଙ୍କର, ଯେଉଁ ଲୋକ ବଡ଼ ବଡ଼ କଥା କହୁଥିଲେ ତାଙ୍କୁ ପଚାର ଆମ ବ୍ୟାଙ୍କ ଖାତାକୁ ୧୫ ଲକ୍ଷ ଟଙ୍କା କେବେ ଆସିବ। ୨ କୋଟି ନିଯୁକ୍ତିର ପ୍ରତିଶ୍ରୁତି କେଉଁଆଡେ ଗଲା।

ନିର୍ବାଚନ ପାଇଁ ଆଗକୁ ଗୁରୁତ୍ୱବିହୀନ ପ୍ରସଙ୍ଗ ଉଠାଯିବ, ତେଣୁ ଏବେଠୁ ସଜାଗ ରହୁ। କାରଣ ଏହି ନିର୍ବାଚନ ଜରିଆରେ ଆପଣମାନେ ନିଜ ଭବିଷ୍ୟତ ଚୟନ କରିବାକୁ ଯାଉଛନ୍ତି। ଅଭିଭାଷଣ ଆରମ୍ଭରେ ପ୍ରିୟଙ୍କା କହିଥିଲେ ଯେ ଗୁଜୁରାଟରେ ପହଞ୍ଚିବା ପରେ ପ୍ରଥମେ ସାବରମତୀ ଆଶ୍ରମ ଯାଇଥିଲି। ସେଠାରେ ସ୍ୱାଧୀନତା ସଂଗ୍ରାମୀଙ୍କ ସଂଘର୍ଷ କଥା ଭାବି ଆଖିରେ ଲୁହ ଆସିଯାଇଥିଲା। ସ୍ୱାଧୀନତା ସଂଗ୍ରାମୀମାନେ ଦେଶ ପାଇଁ ନିଜ ଜୀବନ ଦେଇଥିଲେ। ସ୍ୱାଧୀନତା ସଂଗ୍ରାମୀଙ୍କ ବଳିଦାନ, ଦେଶ ପ୍ରେମ, ସଦଭାବନା, ଭାଇଚାରା, ପ୍ରେମର ଆଧାରରେ ଦେଶ ଗଠନ ହୋଇଥିଲା।

ହେଲେ ଏବେ ଦେଶରେ ଯାହା ଘଟୁଛି ତାହା ଦେଖି ଦୁଃଖି ଲାଗୁଛି। ତେଣୁ ଭୋଟରମାନେ ସଜାଗ ରହିବା ଆବଶ୍ୟକ। ସଜାଗ ରହିଲେ ହିଁ ନିଜ ଭବିଷ୍ୟତ ଚୟନ କରିପାରିବ। ଆଗକୁ ଅପ୍ରାସଙ୍ଗିକ ପ୍ରସଙ୍ଗ ଉଠାଯିବ। ସଜାଗ ରହିଲେ ଏଭଳି ପ୍ରସଙ୍ଗକୁ ଏଡାଇ ଦିଆଯାଇପାରିବ।

error: Thank You Keep Visiting