ଆର୍ଥିକ ଦୁର୍ବଳ ଶ୍ରେଣୀ ପାଇଁ ଶତକଡ଼ା ୧୦ଭାଗ ସଂରକ୍ଷଣ ନିୟମ ଯଥାର୍ଥ : କେନ୍ଦ୍ର ସରକାର

Straight to the Point

ନୂଆଦିଲ୍ଲୀ: ଆର୍ଥିକ ଦୁର୍ବଳ ଶ୍ରେଣୀ ପାଇଁ ଶତକଡ଼ା ୧୦ଭାଗ ସଂରକ୍ଷଣ ନିୟମକୁ କେନ୍ଦ୍ର ସରକାର ଯଥାର୍ଥ ବୋଲି କହିଛନ୍ତି। ସାମାଜିକ ସମାନତା ପାଇଁ ଏହି ପଦକ୍ଷେପ ନିଆଯାଇଥିବା ଜଣାପଡିଛି। ସୁପ୍ରିମ୍‍କୋର୍ଟରେ ଦାଖଲ ହୋଇଥିବା ସତ୍ୟପାଠରେ କେନ୍ଦ୍ର ସରକାର, ବର୍ତ୍ତମାନ ଥିବା ସଂରକ୍ଷଣ ବ୍ୟବସ୍ଥା ଅଧୀନରେ ଆସୁନଥିବା ସମାଜର ଆର୍ଥିକ ଦୁର୍ବଳ ଶ୍ରେଣୀର ଲୋକମାନଙ୍କ ଉପକାର ପାଇଁ ସମ୍ବିଧାନ ସଂଶୋଧନର ଆବଶ୍ୟକତା ରହିଥିଲା ବୋଲି ଦୃଢ଼ ଯୁକ୍ତି ଉପସ୍ଥାପନ କରିଛନ୍ତି। ଏହି ସଂରକ୍ଷଣ ପାଇଁ ସାମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ କରି ଆଗତ ଆବେଦନଗୁଡ଼ିକ ଉପରେ କେନ୍ଦ୍ର ସରକାର ସତ୍ୟପାଠ ଦାଖଲ କରିଛନ୍ତି।

error: Thank You Keep Visiting