ଜଣେ ଗଣିତ ଶିକ୍ଷକଙ୍କୁ ମହଙ୍ଗା ପଡ଼ିଲ। ଛାତ୍ରୀଙ୍କୁ ‘ପ୍ରେମ ସମୀକରଣ’ ପଢାଇବା

Straight to the Point

ନୂଆଦିଲ୍ଲୀ : ଛାତ୍ରୀଙ୍କୁ ‘ପ୍ରେମ ସମୀକରଣ’ (ଲଭ ଇକ୍ୟୁଏସନ) ପଢାଇବା ଜଣେ ଗଣିତ ଶିକ୍ଷକଙ୍କ ପାଇଁ ମହଙ୍ଗା ପଡ଼ିଛି। ଏହାର ଏକ ଭିଡ଼ିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବା ପରେ ଶିକ୍ଷକଙ୍କୁ ନିଲମ୍ବିତ କରାଯାଇଛି। ସୂଚନା ଅନୁସାରେ ହରିୟାଣା କର୍ଣ୍ଣାଲସ୍ଥିତ ସରକାରୀ ପିଜି କଲେଜର ସହକାରୀ ପ୍ରଧ୍ୟାପକ ଚରଣ ସିଂହ ବି.କମ ଛାତ୍ରୀଙ୍କୁ ‘ପ୍ରେମ ସମୀକରଣ’ ପଢାଇଥିଲେ। ବି.କମ ପ୍ରଥମ ବର୍ଷର ଜଣେ ଛାତ୍ରୀ ଏହାର ଭିଡିଓ କରି ସାମାଜିକ ଗଣମାଧ୍ୟମରେ ଛାଡ଼ି ଦେଇଥିଲେ।

ଏଥିରେ ଦେଖିବାକୁ ମିଳୁଛି ଯେ ସାର କଳାପଟାରେ ଲେଖି ପଢାଉଛନ୍ତି ‘କ୍ଲୋଜନେସ ବିଯୁକ୍ତ ଆଟ୍ରାକ୍ସନ = ଫ୍ରେଣ୍ଡସିପ’। କ୍ଲୋଜନେସ୍‍ ଯୁକ୍ତ ଆଟ୍ରାକ୍ସନ = ରୋମାଣ୍ଟିକ ଲଭ। ଆଟ୍ରାକ୍ସନ ବିଯୁ୍‍କ୍ତ କ୍ଲୋଜନେସ= କ୍ରସ।
ଏଥିରେ ସେ ପଢାଉ ଥିଲେ ଯେ ଶାରୀରିକ ଆକର୍ଷଣ କମିଯିବା ପରେ ବୃଦ୍ଧ କାଳରେ ସ୍ୱାମୀ-ସ୍ତ୍ରୀ ଭଲ ସାଙ୍ଗ ହୁଅନ୍ତି। ତମ ପିତିମାତା ପରସ୍ପର ପ୍ରତି ଆକର୍ଷିତ ହେବା ପରେ ପ୍ରେମ ସୃଷ୍ଟି ହୁଏ। ଘନିଷ୍ଠତାର ଅଭାବ ରହିଲେ ସେମାନେ ପରିସ୍ପର ସହ ଝଗଡ଼ା କରନ୍ତି। ଭିଡିଓ ଭାଇରାଲ ହେବା ପରେ ସହକାରୀ ପ୍ରଧ୍ୟାପକଙ୍କୁ ଗଣିତ ବିଭାଗରୁ ନିଲମ୍ବନ କରାଯାଇଛି।

error: Thank You Keep Visiting