ମହିଳାଙ୍କ ପ୍ରସବକାଳୀନ ଅବକାଶ ୨୬ ସପ୍ତାହକୁ ବୃଦ୍ଧି

Straight to the Point

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ନୂଆ ନୀତି । ପୂର୍ବରୁ କର୍ମଜୀବୀ ମହିଳାଙ୍କ ପାଇଁ ପ୍ରସବକାଳୀନ ଅବକାଶ ୧୨ ସପ୍ତାହ ଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଏହି ଅବଧିକୁ ୨୬ ସପ୍ତାହକୁ ବୃଦ୍ଧି କରିଛନ୍ତି। କାନାଡ଼ା ଓ ନରୱେ ପରେ ବିଶ୍ୱର ତୃତୀୟ ରାଷ୍ଟ୍ର ଭାବେ ଭାରତ କର୍ମଜୀବୀ ମହିଳାଙ୍କୁ ଏହି ସୁବିଧା ସୁଯୋଗ ପ୍ରଦାନ କରିବାକୁ ଘୋଷଣା କରିଛି। ପ୍ରସବକାଳୀନ ଅବକାଶରେ ରହୁଥିବା ମହିଳାଙ୍କୁ କମ୍ପାନୀ ବା ସଂସ୍ଥା ବା ସରକାର ସମ୍ପୂର୍ଣ୍ଣ ବେତନ ପ୍ରଦାନ କରୁଛନ୍ତି। ଏକ ଜନକଲ୍ୟାଣମୁଖୀ ସରକାର ପାଇଁ ଏହି ନୂଆ ନିୟମ ସ୍ୱାଗତଯୋଗ୍ୟ। ମ୍ୟାକ୍‍ କିନ୍‍ସେ ଆଣ୍ଡ କୋ ନାମକ ଏକ ସଂସ୍ଥାର ଆକଳନ ଅନୁଯାୟୀ କର୍ମଜୀବୀ ମହିଳାଙ୍କ ସଂଖ୍ୟା ବୃଦ୍ଧି ପାଇଲେ ଭାରତର ମୋଟ ଜାତୀୟ ଉତ୍ପାଦନ ୨୦୨୫ ସୁଦ୍ଧା ୭୦୦ ବିଲିୟନ୍‍ ଡଲାର ଟପିପାରିବ।

error: Thank You Keep Visiting