ୟାକୁବ୍‍ ପାତାଳିଆ ଗୋଧ୍ରା ଟ୍ରେନ୍‍ ପୋଡ଼ି ମାମଲାରେ ଦୋଷୀ ସାବ୍ୟସ୍ତ

An Independent Media

ଅହମଦାବାଦ: ଗୁଜରାଟର ୨୦୦୨ ଗୋଧ୍ରା ଟ୍ରେନ୍‍ ପୋଡ଼ି ମାମଲାରେ ଅହମଦାବାଦସ୍ଥିତ ଏକ ଏସ୍‍ଆଇଟି କୋର୍ଟ ଆଉ ଜଣେ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛି। କୋର୍ଟର ବିଚାରପତି ଏସ୍‍.ଏଚ୍‍. ଭୋରା ଅଭିଯୁକ୍ତ ୟାକୁବ୍‍ ପାତାଳିଆକୁ ଏହି ଘଟଣାରେ ହତ୍ୟା ଏବଂ ଅପରାଧିକ ଷଡ଼ଯନ୍ତ୍ର ମାମଲାରେ ଦୋଷୀ ସାବ୍ୟସ୍ତ କରିଛନ୍ତି। ଗତବର୍ଷ ଜାନୁୟାରୀ ମାସରେ ୟାକୁବ୍‍କୁ ପୁଲିସ୍‍ ପଞ୍ଚମାହାଲ୍‍ ଜିଲ୍ଲାର ଗୋଧ୍ରାରୁ ଗିରଫ କରିଥିଲା। ଗତ ୧୬ ବର୍ଷ ଧରି ସେ ଗିରଫ ଏଡ଼ାଇ ଲୁଚି ବୁଲୁଥିଲା। ୨୦୧୧ରେ ଏସ୍‍ଆଇଟି କୋର୍ଟ ଏହି ମାମଲାରେ ୩୧ ଜଣଙ୍କୁ ଦଣ୍ଡିତ କରିଥିବା ବେଳେ ୬୩ ଜଣଙ୍କୁ ଖଲାସ କରିଦେଇଛି।

error: Thank You Keep Visiting