ବାରଣାସୀରୁ ଲୋକସଭା ନିର୍ବାଚନ ଲଢିବେ ମୋଦୀ

Straight to the Point

ନୂଆଦିଲ୍ଲୀ : ସାଧାରଣ ନିର୍ବାଚନ ୨୦୧୯ ପାଇଁ ବିଜେପିର ପ୍ରଥମ ଦଫା ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି । କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା ଦଳର ମୁଖ୍ୟ କାର୍ଯ୍ୟାଳୟରେ ଏହାକୁ ଘୋଷଣା କରିଛନ୍ତି । ପ୍ରଥମ ଦଫାରେ ଲୋକସଭାର ୧୮୪ ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି ।

ଚଳିତ ଥର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାରଣାସୀରୁ ପୁଣି ନିର୍ବାଚନ ଲଢିବେ । ଗତଥର ସେ ଏହି ଆସନରୁ ବିଜୟ ଲାଭ କରିଥିଲେ ।  ଚଳିତ ଥର ଗୁଜୁରାଟର ଗାନ୍ଧୀ ନଗରରୁ ଅମିତ ଶାହ ଲୋକସଭା ନିର୍ବାଚନ ଲଢିବେ । ପୂର୍ବରୁ ବରିଷ୍ଠ ବିଜେପି ନେତା ଲାଲାକୃଷ୍ଣ ଆଡଭାନୀ ଏହି ଲୋକ ସଭା ଆସନରୁ ବିଜେପି ଟିକେଟରେ ନିର୍ବାଚନ ଲଢିଥିଲେ । ଗାଜିଆବାଦ ଆସନରୁ  ଭିକେ ସିଂ ପ୍ରାର୍ଥୀ ହେବେ । ଆମେଥିରୁ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଲୋକସଭା ନିର୍ବାଚନ ଲଢିବେ  ।

error: Thank You Keep Visiting