ଭାରତକୁ ଦାୟୀ କଲେ ଟ୍ରମ୍ପ

Straight to the Point

ୱାଶିଂଟନ୍‍: ଆମେରିକା ଓ ଭାରତ ମଧ୍ୟ ଚାଲିଥିବା ବାଣିଜ୍ୟ ଯୁଦ୍ଧ ପ୍ରସଙ୍ଗରେ ଭାରତକୁ ଦାୟୀ କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଆମେରିକାର ଆମଦାନୀ ଶୁଳ୍କ ବୃଦ୍ଧି ନୀତି ଯୋଗୁଁ ବିଶ୍ୱ ବାଣିଜ୍ୟ ପ୍ରଭାବିତ ହୋଇଥିବା ଆରୋପକୁ ଖଣ୍ଡନ କରି ଟ୍ରମ୍ପ କହିଛନ୍ତି ଯେ ୟୁରୋପୀୟ ସଂଘ, ଚୀନ୍‍, ଭାରତ ସମେତ ଅନେକ ରାଷ୍ଟ୍ର ସହିତ ବାଣିଜ୍ୟ କାରବାର ବୃଦ୍ଧି ପାଇଁ ଆମେରିକାର ସବୁବେଳେ ଉଦ୍ୟମ କରି ଆସିଛି। କିନ୍ତୁ ଭାରତ ପରି କେତେକ ଦେଶ ଆମେରିକାରୁ ଆମଦାନୀ ସାମଗ୍ରୀ ଉପରେ ଶତ ପ୍ରତିଶତ ଶୁଳ୍କ ଲାଗୁ କରିବା ଦ୍ୱାରା ବାଣିଜ୍ୟିକ କାରବାରରେ ଅସନ୍ତୁଳନ ସୃଷ୍ଟି ହୋଇଛି। ଜି ୭ ବୈଠକରେ ଦେଇଥିବା ମତକୁ ଦୋହରାଇ ଟ୍ରମ୍ପ କହିଛନ୍ତି ଯେ ସବୁ ଶୁଳ୍କ ଓ ବାଣିଜ୍ୟିକ ପ୍ରତିବନ୍ଧକ ହଟାଇ ମୁକ୍ତ ବାଣିଜ୍ୟ ଉପରେ ଆମେରିକା ଗୁରୁତ୍ୱ ଦେଉଛି। କିନ୍ତୁ ଅନ୍ୟ ଦେଶ ଏଥିରେ ରାଜି ହେଉନାହାନ୍ତି। ଯେତେବେଳେ ବିଶ୍ୱ ବାଣିଜ୍ୟରେ ଶୁଳ୍କ ଉଚ୍ଛେଦ ପାଇଁ କେହି ବି ରାଜି ହେଉନାହାନ୍ତି ସେତେବେଳେ ଆମେରିକା ନିଜସ୍ୱ ଶୁଳ୍କ ନୀତି ପାଇଁ ବାଧ୍ୟ ହୋଇଛି। ସମସ୍ତେ ଆମେରିକାକୁ ଏକ ବ୍ୟାଙ୍କ ଭଳି ବ୍ୟବହାର କରୁଛନ୍ତି। କିନ୍ତୁ ଆମେରିକାରୁ ରପ୍ତାନୀ ସାମଗ୍ରୀ ଉପରେ ଶୁଳ୍କ ବୃଦ୍ଧି କରୁଛନ୍ତି। ଗତ ବର୍ଷ ଆମେରିକା ଚୀନ୍‍ର କଟକଣା ଯୋଗୁଁ ୫୦୦ ବିଲିୟନ ଡଲାର ଓ ୟୁରୋପୀୟ ସଂଘର କଟକଣା ଯୋଗୁଁ ୧୫୦ ବିଲିୟନ ଡଲାର କ୍ଷତି ସହିଥିଲା।

error: Thank You Keep Visiting