ଭାରତରେ ସାଧାରଣ ନିର୍ବାଚନ କିନ୍ତୁ ଛାନିଆ ହେଲାଣି ପାକିସ୍ତାନ
ଇସଲାମାବାଦ: ଭାରତରେ ସାଧାରଣ ନିର୍ବାଚନ ୨୦୧୯ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବା ବେଳେ, ପାକିସ୍ତାନ ଅଧିକ ସତର୍କତା ଅବଲମ୍ବନ କରିବା ଆରମ୍ଭ କରିଛି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ କହିଛନ୍ତି, ଯେ ପର୍ଯ୍ୟନ୍ତ ଭାରତରେ ସାଧାରଣ ନିର୍ବାଚନ ଶେଷ ହୋଇନି ସେ ଯାଏଁ ବିପଦ ରହିଛି। ସମ୍ବାଦଦାତାମାନଙ୍କ ସହ ଅନୌପଚାରିକ କଥାବାର୍ତ୍ତା ବେଳେ ଇମ୍ରାନ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ନିର୍ବାଚନ ଜିତିବା ପାଇଁ କିଛି ବି କରିପାରିବେ। ସେ କହିଛନ୍ତି, ପାକିସ୍ତାନ ସୁରକ୍ଷା ବଳ ଯେ କୌଣସି ଆକ୍ରମଣର ଜବାବ ଦେବାକୁ ପ୍ରସ୍ତୁତ ଅଛନ୍ତି। ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଏବେ ପୁଲୱାମା ପରେ ବେଲୁଚିସ୍ତାନରେ ଆତଙ୍କବାଦୀ କାର୍ଯ୍ୟକଳାପ ବୃଦ୍ଧି ପାଇଛି ତେଣୁ ଇରାନ ଓ ଆଫଗାନିସ୍ତାନ ସହ ସୀମା ସୁଦୃଢ଼ କରାଯାଉଛି।