ଜୈସେ ମହମ୍ମଦର ୩ଜଣ ଆତଙ୍କବାଦୀ ଗିରଫ

Straight to the Point

ଶ୍ରୀନଗର : ଜାମ୍ମୁ କାଶ୍ମୀରରେ ଶ୍ରୀନଗରର ପାର୍ଶ୍ବବର୍ତ୍ତୀ ଅଞ୍ଚଳରୁ ସୁରକ୍ଷା ବାହିନୀ ଜୈସେ ମହମ୍ମଦର ୩ଜଣ ଆତଙ୍କବାଦୀଙ୍କୁ ଗିରଫ କରିଛି । ଗୁଇନ୍ଦା ତଥ୍ୟକୁ ଆଧାର କରି ପୁଲିସ ସେମାନଙ୍କୁ ଶ୍ରୀନଗର-ବାରମୁଲା ରାସ୍ତାର ଲୋୱାପୋରାରୁ ରବିବାର  ରାତିରେ ଗିରଫ କରିଛି।

ସେମାନେ ହେଲେ ରଇସ୍‍ ହୁରାହ୍‍, ସଇଦ୍‍ ଭଟ୍‍ ଏବଂ ଇସାକ୍‍ ଲୋନ୍‍। ଏହି ୩ ଜଣ ଆତଙ୍କବାଦୀଙ୍କ ନିକଟରୁ ବିପୁଳ ଅସ୍ତ୍ରଶସ୍ତ୍ର ଏବଂ ଜୀବନ୍ତ ଗୁଳିଗୋଳା ଜବତ କରାଯାଇଥିବା ପୁଲିସ ସୂତ୍ରରୁ ଜଣାପଡିଛି।

error: Thank You Keep Visiting