କଂଗ୍ରେସ କ୍ଷମତାକୁ ଆସିଲେ ଦେଶର ୨୦% ଗରିବଙ୍କୁ ପ୍ରତି ବର୍ଷ ୭୨ ହଜାର ଟଙ୍କା ମିଳିବ : ରାହୁଲ ଗାନ୍ଧୀ

Straight to the Point

ନୂଆଦିଲ୍ଲୀ : କଂଗ୍ରେସ ପୁଣି ଗରିବୀ ହଟାଓକୁ ନିର୍ବାଚନ ପ୍ରସଙ୍ଗ କରିଛି । ସୋମବାର ନୂଆଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କହିଛନ୍ତି, କଂଗ୍ରେସ କ୍ଷମତାକୁ ଆସିଲେ ଦେଶର ୨୦% ଗରିବଙ୍କୁ ପ୍ରତି ବର୍ଷ ୭୨ ହଜାର ଟଙ୍କା ମିଳିବ। ଦେଶରେ ଗରିବଙ୍କୁ ସର୍ବନିମ୍ନ ଆୟର ଗ୍ୟାରେଣ୍ଟି ପ୍ରଦାନ ଉପରେ ଗୁରୁତ୍ବ ଦେଇ ଶ୍ରୀ ଗାନ୍ଧୀ କହିଛନ୍ତି, ଦେଶରେ ମୋଦୀ ସରକାର ପୁଞ୍ଜିପତି ମାନଙ୍କୁ ସାହାଯ୍ୟ ଏବଂ ସହଯୋଗ ଯୋଗାଉଛନ୍ତି ଏବଂ ଗରିବମାନଙ୍କୁ ଅଣ ଦେଖା କରୁଛନ୍ତି ।

ତେଣୁ ତାଙ୍କ ଦଳ କ୍ଷମତାକୁ ଆସିଲେ ଦେଶର ୨୦% ଗରିବଙ୍କୁ ପ୍ରତି ବର୍ଷ ୭୨ ହଜାର ଟଙ୍କା ମିଳିବ। ଏହି ଟଙ୍କା ସେମାନଙ୍କ ବ୍ୟାଙ୍କ ଖାତାରେ ଜମା ହେବ। ଏହା ଦ୍ବାରା ଦେଶର ୫ କୋଟି ପରିବାରର ୨୫ କୋଟି ଲୋକ ଉପକୃତ ହେବେ ବୋଲି ସେ କହିଛନ୍ତି। ମନରେଗା ଭଳି ଏହି ଯୋଜନା ଦାରିଦ୍ର୍ୟ ଦୂରୀକରଣ କ୍ଷେତ୍ରରେ ଏହା ଐତିହାସିକ ପଦକ୍ଷେପ ହେବ ବୋଲି ରାହୁଲ କହିଛନ୍ତି।

error: Thank You Keep Visiting