ଜେଏନୟୁରେ ପୁଣି ଛାତ୍ର ଅଶାନ୍ତି ; କୁଳପତିଙ୍କ ଘରେ ଭଙ୍ଗାରୁଜା

Straight to the Point

ନୂଆଦିଲ୍ଲୀ: ଜବାହରଲାଲ ନେହେରୁ ବିଶ୍ବବିଦ୍ୟାଳୟ(ଜେଏନୟୁ)ରେ ପୁଣି ଛାତ୍ର ଅଶାନ୍ତି ଦେଖାଦେଇଛି। ବିଶ୍ବବିଦ୍ୟାଳୟର ବାମପନ୍ଥୀ ଛାତ୍ରମାନେ ସୋମବାର ସନ୍ଧ୍ୟାରେ କୁଳପତିଙ୍କ ବାସଭବନ ଘେରାଉ କରି ବିକ୍ଷୋଭ କରିଛନ୍ତି। ଏପରି କି ବିକ୍ଷୋଭକାରୀ ଛାତ୍ରମାନେ କୁଳପତିଙ୍କ ଘରେ ଭଙ୍ଗାରୁଜା କରିବା ସହ ଘର ଭିତରେ ତାଙ୍କ ପତ୍ନୀଙ୍କୁ ଅଟକ ରଖିଥିଲେ ବୋଲି କୁଳପତି ଜଗଦୀଶ କୁମାର କହିଛନ୍ତି।

କୁଳପତି ଜଗଦୀଶ କୁମାର ଟ୍ବିଟ କରି ସୂଚନା ଦେଇଛନ୍ତି ଯେ, ସୋମବାର ସନ୍ଧ୍ୟାରେ କେତେଜଣ ଛାତ୍ର ଜୋର ଜବରଦସ୍ତି ତାଙ୍କ ବାସଭବନରେ ପଶି ଭଙ୍ଗାରୁଜା କରିବା ସହ ପତ୍ନୀଙ୍କୁ ଅନେକ ଘଣ୍ଟା ଧରି ଘର ଭିତରେ ବନ୍ଦୀ କରି ରଖିଥିଲେ। ସେତେବେଳେ ସେ ଏକ ବୈଠକରେ ଉପସ୍ଥିତ ଥିଲେ। ମହିଳାଙ୍କୁ ଘରେ ବନ୍ଦ କରି ଡରାଇବା କ’ଣ ବିକ୍ଷୋଭର ତରିକା ବୋଲି କୁଳପତି ପ୍ରଶ୍ନ କରିଛନ୍ତି।

ଅନ୍ୟପଟେ ଦିଲ୍ଲୀ ପୁଲିସ ସୂଚନା ମୁତାବକ, ଛାତ୍ରମାନେ କୁଳପତିଙ୍କ ବାସଭବନ ପର୍ଯ୍ୟନ୍ତ ଶୋଭାଯାତ୍ରାରେ ଯାଇଥିଲେ। ସେଠାରେ ପହଞ୍ଚିବା ପରେ କୁଳପତିଙ୍କ ଘରେ ପଶିବାକୁ ଉଦ୍ୟମ କରିଥିଲେ। ସୁରକ୍ଷା କର୍ମୀମାନେ ଉତ୍ୟେକ୍ତ ଛାତ୍ରମାନଙ୍କୁ ଅଟକାଇଥିଲେ। ଅଧିକାଂଶ ଛାତ୍ର ସେମାନଙ୍କ ଛାତ୍ରାବାସକୁ ପଳାଇଛନ୍ତି। ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଥିବା ପୁଲିସ କହିଛି।

error: Thank You Keep Visiting