ହେରୋଇନ ଚାଲଣ ଅଭିଯୋଗରେ ୯ ଜଣ ଇରାନୀ ନାଗରିକଙ୍କୁ ଗିରଫ

Straight to the Point

ଅହମଦାବାଦ : ଆତଙ୍କବାଦୀ ନିରୋଧ ଦଳ (ଏଟିଏସ) ଏବଂ ଭାରତୀୟ ତଟରକ୍ଷୀ ବାହିନୀ ମିଳିତ ଭାବେ ବୁଧବାର ଗୁଜରାଟ ବନ୍ଦରରୁ ୫୦୦ କୋଟି ଟଙ୍କାର ହେରୋଇନ ଜବତ କରିଛନ୍ତି। ହେରୋଇନ ଚାଲଣ ଅଭିଯୋଗରେ ୯ ଜଣ ଇରାନୀ ନାଗରିକଙ୍କୁ ଗିରଫ କରାଯାଇଛି। ପ୍ରମାଣ ନଷ୍ଟ କରିବା ପାଇଁ ଚାଲାଣକାରୀ ବୋଟରେ ନିଆଁ ଲଗାଇ ଦେଇଥିଲେ। ତେବେ ବୋଟ ନଷ୍ଟ ହେବା ପୂର୍ବରୁ ତଟରକ୍ଷୀ ବାହିନୀ ପ୍ରାୟ ୧୦୦ କିଲୋଗ୍ରାମର ହେରୋଇନ ଜବତ କରିନେଇଥିଲା। ସୂଚନା ଅନୁସାରେ ୯ ଇରାନୀ ନାଗରିକ ପାକିସ୍ତାନର ଗ୍ୱାଦର ବନ୍ଦରରୁ ହେରୋଇନ ନେଇ ଗୁଜରାଟ ବନ୍ଦରକୁ ଆସୁଥିଲେ।

ପାକିସ୍ତାନ ନାଗରିକ ହମିଦ ମାଲିକଠାରୁ ସେ ହେରୋଇନ ଆଣିଥିଲା। ଗୁଜୁରାଟ ବନ୍ଦରରୁ ଏହାକୁ ଦେଶର ଅନ୍ୟ କୋଣକୁ ପଠାଯାଇଥାନ୍ତା। ହେରୋଇନ ଚାଲଣ ନେଇ ପ୍ରଥମେ ଏଟିଏସକୁ ଖବର ମିଳିଥିଲା। ଏଟିଏସ୍‍ ଦଳ ତଟରକ୍ଷୀ ବାହିନୀ ସହ ମିଶି ଗୁଜୁରାଟ ବନ୍ଦର ଓ ଆଖପାଖ ଅଞ୍ଚଳ ଉପରେ ନଜର ରଖିଥିଲେ। ଚାଲାଣକାରୀ ସନ୍ଦେହ କରି ବୋଟରେ ନିଆଁ ଲଗାଇ ଦେଇଥିଲା। ହେରୋଇନ ଚାଲାଣରେ ଭାରତୀୟ ନାଗରିକ ମଧ୍ୟ ସାମିଲ ଅଛନ୍ତି ବୋଲି କୁହାଯାଉଛି।

error: Thank You Keep Visiting